ଧୀରେ ଧୀରେ ଖୋଲୁଛି ଟ୍ରମ୍ପଙ୍କ ଘରେ ଚଢ଼ାଉର ରହସ୍ୟ, ହ୍ୱାଇଟ୍ ହାଉସ୍ ଛାଡିବା ବେଳେ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସାଙ୍ଗରେ ନେଇ ଯାଇଥିବା ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ାଉର ରହସ୍ୟ ଧୀରେ ଧୀରେ ଖୋଲୁଛି । ତେବେ ଟ୍ରମ୍ପଙ୍କ ଘରେ ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ ଦସ୍ତାବିଜ୍ ଏଫ୍ବିଆଇର ଅଧିକାରୀମାନେ ଖୋଜୁଥିବା ଜଣାପଡିଛି । ଯଦିଓ ସେମାନେ ଏହି ଦସ୍ତାବିଜ୍ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ତେବେ ଟ୍ରମ୍ପ ନିଜ ପାଖରେ ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ ଦସ୍ତାବିଜ୍ ରଖିଥିବା ସନ୍ଦେହରେ ତାଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଚଢ଼ାଉ ହୋଇଥିଲା ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ, ୨୦୨୧ ଜାନୁଆରୀରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ଛାଡିବା ବେଳେ ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ରେକର୍ଡ ତାଙ୍କ ସହ ନେଇ ଯାଇଥିବା ଅଭିଯୋଗ ହୋଇଛି ।ଏହି ଅଭିଯୋଗରେ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ପାମ୍ ବିଚ୍ରେ ଥିବା ଘର ମାର୍-ଏ-ଲାଗୋ ରିସର୍ଟରେ ଏଫ୍ବିଆଇ ପକ୍ଷରୁ ରେଡ୍ କରାଯାଇଥିଲା । ତାଙ୍କ ଘରେ ଚଢାଉ ହୋଇଥିବା ନେଇ ନିଜେ ଟ୍ରମ୍ପ ସୂଚନା ଦେଇଥିଲେ । ଯାଞ୍ଚ ବେଳେ ଏଫ୍ବିଆଇର ଅଧିକାରୀମାନେ ଟ୍ରମ୍ପଙ୍କ ଘରୁ ପ୍ରାୟ ୧୦ଟି ବାକ୍ସ ଜବତ କରିଥିବା ସୂଚନା ମିଳିଛି ।

Related Posts