ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ ହୋଇଛି। ଏହି ମାମଲା ରାହୁଲଙ୍କର ଏକ ବିବାଦୀୟ ବୟାନ ପାଇଁ ରୁଜୁ କରାଯାଇଛି। ଗତ ଜାନୁଆରୀ ମାସରେ ନୂଆ କଂଗ୍ରେସ ଭବନ ଉଦଘାଟନ ସମୟରେ ରାହୁଲ କହିଥିଲେ କି ଆମେ ବିଜେପି ନୁହେଁ, ବରଂ ଆରଏସଏସ ଓ ଭାରତୀୟ ରାଜ୍ୟ ଗୁଡିକ ବିରୋଧରେ ଲଢୁଛୁ। ଏହି ମାମଲା ପାଇଁ ଉତ୍ତର ପ୍ରଦେଶର ଏମପି-ଏମଏଲଏ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଏକାଧିକ ବରିଷ୍ଠ ନେତାଙ୍କ ବିରୋଧରେ ଓକିଲମାନଙ୍କ ତରଫରୁ ମାମଲା ରୁଜୁ ହୋଇଛି।
ଏଠାରେ କହି ରଖୁ କି ରୁଜୁ ହୋଇଥିବା ମାମଲାରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ ମଧ୍ୟ ସାମିଲ ରହିଛି। ରାହୁଲଙ୍କର ଏହି ବୟାନ କେବଳ ଦେଶ ବିରୋଧୀ ନୁହେଁ, ବରଂ ଦେଶର ଏକତା, ଅଖଣ୍ଡତା ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ବିରୋଧି ବୋଲି ଅଭିଯୋଗରେ ଦର୍ଶାଯାଇଛି।
ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି କି କଂଗ୍ରେସର ମୁଖ୍ୟାଳୟ ଉଦଘାଟନ ସମୟରେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ମାନସିକତା, ସ୍ଥିର ମନ ଓ ବୁଝି ବିଚାରି ଦେଇଥିଲେ। ଯାହା ବିଦେଶି ଶକ୍ତିକୁ ଟାର୍ଗେଟ କରି ଭାରତର ସମ୍ପ୍ରଭୁତାକୁ ପ୍ରଭାବିତ କରିବା ଭଳି ରହିଥିଲା।
ଅଭିଯୋଗ ପତ୍ରରେ ଆହୁରି ମଧ୍ୟ ଦାବି କରାଯାଇଛି କି ଏହି ବୟାନ ଆଧାରରେ ଦେଶରେ ଗୃହଯୁଦ୍ଧ ସୃଷ୍ଟି କରିବା ଭଳି ସ୍ଥିତି ସୃଷ୍ଟି କରିପାରେ। ଏପରିକି ଭାରତର ସମ୍ପ୍ରଭୁତା ଓ ଅଖଣ୍ଡତା ପାଇଁ ବଡ଼ ବିପଦ। ତେଣୁ ମାମଲା ଦାୟର କରିଥିବା ଓକିଲଙ୍କ ପକ୍ଷରୁ ଦାବି କରାଯାଇଛି ଯେ କୋର୍ଟ ତୁରନ୍ତ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନଙ୍କୁ ସମନ କରନ୍ତୁ ଏବଂ ଭାରତୀୟ ଦଣ୍ଡ ସଂହିତା, 2023 ର ଦେଶଦ୍ରୋହ ଏବଂ ଷଡ଼ଯନ୍ତ୍ର ଧାରା ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହି ପ୍ରସଙ୍ଗ ରାଜନୈତିକ ଏବଂ ଆଇନଗତ ସ୍ତରରେ ଆଲୋଚନାର ବିଷୟ ହୋଇ ରହିଛି।





