ନବୀନଙ୍କୁ ଦାମଙ୍କ ଜନ୍ମଦିନ ଭେଟି

ସତ୍ୟପାଠ ବ୍ୟୁରୋ : ନବୀନଙ୍କୁ ଦାମବାବୁଙ୍କ ଜନ୍ମଦିନର ଅମୂଲ୍ୟ ଭେଟି । ଜନ୍ମଦିନରେ ନବୀନଙ୍କୁ ଖୁସ୍‌ କରିବାକୁ ପୂର୍ବତନ ସହଯୋଗୀ ଦାମବାବୁ ବିଜେପି ଛାଡ଼ିଥିବା ଚର୍ଚ୍ଚା ହେଉଛି । ନବୀନଙ୍କ ଜନ୍ମଦିନରେ ବିଜେପିରୁ ଦାମଙ୍କ ଇସ୍ତଫା ରାଜ୍ୟ ରାଜନୀତିକୁ ପୁଣି ସରଗରମ କରିଛି । ଗୋଟିଏ ପଟେ ନବୀନଙ୍କ ଜନ୍ମଦିନ ଓ ଅନ୍ୟପଟେ 4 ଦିନ ପରେ ବିଜେପୁର ଉପନିର୍ବାଚନ । ଏଭଳି ସମୟରେ ବିଜେପକୁ ବାୟ ବାୟ କହିବା ଦାମଙ୍କ ବିଜେଡି ମୁହାଁ ଇସାରାକୁ ଦର୍ଶାଉଛି । ଅନ୍ୟପଟେ ଜନ୍ମଦିନରେ ନବୀନଙ୍କୁ ପ୍ରଶଂସାରେ ପୋତିଲେ ଦାମବାବୁ । ନବୀନ ଜଣେ ଭଲ ଲୋକ । ନବୀନ ଜଣେ ଭଲ ଲେଖକ ଓ ଚିତ୍ରକର ବୋଲି କହିଛନ୍ତି ଦାମ ।  ନିଜକୁ ବିଜୁବାବୁଙ୍କ ଚେଲା ବୋଲାଉଥିବା ଦାମବାବୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିଥିଲେ । କିନ୍ତୁ ପଦ୍ମ ପୋଖରୀରେ ଯେ ଏତେ ପଙ୍କ ଥିଲା ସେ କେବେ ଭାବିନଥିଲେ । ପଦ୍ମ ପୋଖରୀର ସେହି ପଙ୍କରେ ପାଦ ପଡ଼ିବା ଦିନଠାରୁ ହିଁ ଅଶାନ୍ତିରେ ଛଟପଟ ହେଉଥିବା ଦାମ କହିଛନ୍ତି । ତେବେ ନବୀନଙ୍କ ଜନ୍ମଦିନରେ ପଦ୍ମ ପୋଖରୀରୁ ବାହାରିବା ପ୍ରୟାସ ଦାମଙ୍କୁ କେତେ ସଫଳତା ଦେଉଛି ତାହା ଉପରେ ଦାମ ପ୍ରେମୀଙ୍କ ନଜର ।

Related Posts