ବିହାର ସ୍କୁଲ ପ୍ରଶ୍ନପତ୍ରରେ କଶ୍ମୀର ଅଲଗା ଦେଶ : ନୀତୀଶ କୁମାରଙ୍କୁ ଟାର୍ଗେଟ କଲା ବିଜେପି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛି ବିଜେପି। ବିହାର କଶ୍ମୀରକୁ ନେଇ ବିବାଦ ଦେଖା ଦେଇଛି । ଯାହାକୁ ନେଇ ବିରୋଧି ଶାସକ ଦଳ କୁ ଟାର୍ଗେଟ କରିଛି । ସପ୍ତମ ଶ୍ରେଣୀର ଇଂରାଜୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କଶ୍ମୀର ସମ୍ବନ୍ଧରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ କଶ୍ମୀରକୁ ଅଲଗା ଦେଶ ବୋଲି ଦର୍ଶାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଏହି ବିବାଦୀୟ ପ୍ରଶ୍ନକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି।

ବିହାରର ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ କର୍ମଚାରୀମାନେ ସୀମାଞ୍ଚଳର ପିଲାମାନଙ୍କ ମଧ୍ୟରେ ବିଚ୍ଛିନ୍ନତାବାଦୀ ମାନସିକତା ପୋଷଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ, ଆପଣଙ୍କୁ ଭାରତ ସହ ନୁହେଁ ବରଂ ବିଜେପି ସହ ଲଢ଼ିବା ଉଚିତ।

ସଞ୍ଜୟ ଜୈସୱାଲ ବୁଧବାର ଦିନ ବେତିଆରେ କହିଛନ୍ତି ଯେ, ଶନିବାର ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ପୂର୍ଣ୍ଣିୟା, କିଶାନଗଞ୍ଜ ଏବଂ ଅରରିଆରେ ଥିବା ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନପତ୍ରରେ ଲେଖାଥିଲା ଯେ ଚାଇନାରେ ରହୁଥିବା ଜଣେ ଚାଇନିଜ୍ ନେପାଳ, ଇଂଲଣ୍ଡ, ଭାରତ ଏବଂ କଶ୍ମୀରରେ ରହୁଥିବା ବ୍ୟକ୍ତିଙ୍କୁ କ’ଣ କହିବେ? ଏଥିରେ କଶ୍ମୀରକୁ ଏକ ପୃଥକ ଦେଶ ଭାବରେ ବର୍ଣ୍ଣନା କରାଯାଇଥିଲା। ୨୦୧୭ରେ ମଧ୍ୟ ଏହି ପ୍ରଶ୍ନ ପଚରାଯାଇଥିଲା। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହି ସରକାର କିଛି କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏଭଳି ପ୍ରଶ୍ନ ଲେଖୁଥିବା ଅପରାଧୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Related Posts