ନୟାଗଡ଼ରେ ସିରିଜ୍ ଲୁଟ : ବୋମା ଓ ଗୁଳି ଫୁଟାଇ ସୁନା ଦୋକାନ ଓ ପେଟ୍ରୋଲ ପମ୍ପ ରୁ ଲୁଟ

ନୟାଗଡ଼ : ନୟାଗଡ଼ ଜିଲାରେ ମାତିଲେ ଲୁଟେରା । ଗୋଡ଼ିପଡ଼ା ବଜାରର ନୂଆ ଜଗନ୍ନାଥ ସଡ଼କର ରଣପୁର ରାସ୍ତାରେ ଥିବା ଏକ ସୁନା ଦୋକାନରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ହରିହର ସାହୁଙ୍କ ସୁନା ଦୋକାନରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି ।

ଲୁଟେରା ମାନେ ପ୍ରଥମେ ବୋମା ପକାଇ ଭୟଭୀତ କରିବା ସହ ଗୁଳି ଫୁଟାଇ ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ଭୟଭିତ କରାଇଥିଲେ। ପରେ ଲୁଟ କରି ରଣପୁର ରାସ୍ତାରେ ପଳାଇ ଯାଇଥିଲେ।

ଗୋଟିଏ ବାଇକରେ ୩ ଜଣ ଲୁଟେରା ଆସିଥିବା ବେଳେ
ପୁଣି ଗୋଡିପଡା ବାଗଦେବୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଅନୁରୂପ ଭାବେ ୨୦ ହଜାରରୁ ଊର୍ଦ୍ଧ୍ୱଟଙ୍କା ଲୁଟିନେଇଥିଲେ ।

Related Posts