ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର: ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଜଣେ ଯୁବତୀ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ତାଙ୍କ ସହ ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ଦଳିତ ଜାତିର ଝିଅ। ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି କହୁଥିଲେ।

ସେ କହିଛନ୍ତି, ମୋର ଘର ଲୋକ ମୋ ବିବାହ ଠିକ୍ କରିବା ଖବର ଶୁଣିବା ପରେ ଅକ୍ଷୟ ପରିଜା ମୋତେ ଧମକ ଦେଉଥିଲେ। ମୁଁ ଆଉ କାହାକୁ ବିବାହ କଲେ ମୋତେ ସେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ। ମୋ ପରିବାରକୁ ଭୁବନେଶ୍ୱରରେ ରଖେଇ ଦେବେନି ବୋଲି ମଧ୍ୟ ଧମକ ଦେଉଥିଲେ।

ଅଭିଯୋଗକାରିଣୀ ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ଲେଖିଥିବା ଜଣାପଡ଼ିଛି। ହେଲେ ଏଫ୍‌ଆଇଆର୍‌ କପିଟି ଥାନାରେ ପଞ୍ଜୀକୃତ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ। ଏହା ସହିତ ଯୁବତୀଙ୍କ ସହ ଅକ୍ଷୟ ପରିଜାଙ୍କର କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଲିକ୍‌ ହୋଇଛି। ତେବେ ଏସବୁ ଫଟୋ ସତ କି ଫଟୋଶପ୍‌ରେ ଏଡିଟ୍‌ ହୋଇଛି ତାହା ମଧ୍ୟ ତଦନ୍ତସାପେକ୍ଷ।

ଅନ୍ୟପକ୍ଷରେ ଏହିତ ଘଟଣା ସମ୍ପର୍କରେ ଅକ୍ଷୟ ପରିଜାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Related Posts