କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଦାଖଲ କଲେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ ତ୍ରିପାଠୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା। ଏହିକ୍ରମରେ ଆଜି ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ ତ୍ରିପାଠୀ। ଏନେଇ ସେ ଆଜି ଏଆଇସିସି ମୁଖ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମୁଁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛି। ଦଳର ସମସ୍ତ ନେତାଙ୍କ ନିଷ୍ପତ୍ତି କୁ ସମ୍ମାନ ଦେବି ବୋଲି ସେ କହିଛନ୍ତି। ତେବେ ଶ୍ରୀ ତ୍ରିପାଠୀ ଙ୍କ ନାମ ଚର୍ଚ୍ଚାରେ ନଥିବା ବେଳେ ସେ ଆଜି ସରପ୍ରାଇଜ ଫ୍ୟାକ୍ଟର ଭାବେ ନାନଙ୍କନ ଦାଖଲ କରିଛନ୍ତି।

ତେବେ ଆଜି ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ମଧ୍ୟ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାରୁ ଏହି ନିର୍ବାଚନ ନେଇ ଜାରି ରହିଥିବା ସମସ୍ତ ଚର୍ଚ୍ଚା ଓ ଆଲୋଚନା ଉପରୁ ପରଦା ଉଠିବ ବୋଲି ଜଣା ପଡ଼ିଛି।

Related Posts