ନୀଳଗିରି (ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ନୀଳଗିରିରେ ଦୀପଦାନ ସହ ମଙ୍ଗଳ କାମନା କରାଯାଇଛି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦୀପ ପ୍ରଜ୍ୱଳନ କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ‘ସେବା ପକ୍ଷ’ ପାଳନ କରାଯିବ ବୋଲି ସାଂସଦ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।ରକ୍ତଦାନ ଶିବିର ଆୟୋଜନ, ଫଳ ବଣ୍ଟନ, ବୃକ୍ଷରୋପଣ ଭଳି ବିଭିନ୍ନ ସାମାଜିକ ଓ ସେବା କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସେବା କରିବା ସହ ସମାଜରେ ସେବାର ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ ।
