
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜସେବୀ ତଥା SEWA ( self employed women association ) ସଂସ୍ଥାପକ ପଦ୍ମ ଭୂଷଣ ଇଲା ଭଟ୍ଟଙ୍କ ପରଲୋକ ହୋଇଛି। ବୁଧବାର ଅହମଦାବାଦରେ ୮୯ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ଇଲା ଭଟ୍ଟ।
ଗାନ୍ଧୀବାଦୀ ସମାଜସେବୀ ଇଲା ଭଟ୍ଟ ମହିଳାଙ୍କୁ ସ୍ୱାବଲମ୍ବି ଓ ଆର୍ଥିକ ସ୍ୱଚ୍ଛଳ କରିବା ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ଇଲା ଭାରତର ପ୍ରଥମ ମହିଳା ବ୍ୟାଙ୍କ, କୋଅପରେଟିଭ୍ ବ୍ୟାଙ୍କ ଅଫ୍ ସେୱା ୧୯୭୩ରେ ପ୍ରତିଷ୍ଠା କରିଥିଲେ। ଏହା ସହିତ ୧୯୭୯ରେ ସେ ଓମେନ୍ସ ୱର୍ଲ୍ଡ ବ୍ୟାଙ୍କିଙ୍ଗର ସହସଂସ୍ଥାପକ ମଧ୍ୟ ଥିଲେ ।