ସେକ୍ସ ଫର୍ ସିଟ୍ : ସନ୍ଦେହରେ ବିଜେପି ଓ ସିଂଦେଓ ଙ୍କ ନୀରବତା

ସତ୍ୟପାଠ ବ୍ୟୁରୋ, ୧୨/୧୦: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ୍ ମାମଲାରେ ରାଜ୍ୟ ବିଜେପି ସିବିଆଇ ତଦନ୍ତ ଦାବି କରିଛି। କିନ୍ତୁ ନଭେମ୍ବର ୨୦୨୦ ରେ ରାଜ୍ୟ ବିଜେପି ର ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓ ଙ୍କ ବିରୁଦ୍ଧରେ ସେକ୍ସ୍ ଫର୍ ସିଟ୍ କୁ ନେଇ କ୍ୟାପିଟାଲ ଥାନାରେ ଯେଉଁ ଏତଲା ଦାଏର କରିଥିଲେ ସେ ନେଇ ଦଳର ଅହେତୁକ ନୀରବତା କୁ ନେଇ ଉଠୁଛି ପ୍ରଶ୍ନ। ଅର୍ଚନାଙ୍କ ଏତଲା କୁ ଦୁଇ ବର୍ଷ ହେବ ମାତ୍ର ଅଭିଯୋଗ ର ସତ୍ୟାସତ୍ୟ କଣ, ତଦନ୍ତ କଣ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ କଣ ନିଆଯାଇଛି ତାର କୌଣସି ଉତ୍ତର ନାହିଁ। ନା ପୋଲିସ କିଛି କହୁଛି, ନା ବିଜେପି କିଛି କହୁଛି ନା କେଭି ସିଂଦେଓ କିଛି କହୁଛନ୍ତି।

ବିଜେପି ଭିତରେ ଚାଲିଛି ସେକ୍ସ୍ ଫର୍ ସିଟ୍?

୨୦୨୦ ରେ ଅର୍ଚ୍ଚନା ଙ୍କ ଏତଲା ର ଅଭିଯୋଗ ଅତ୍ୟନ୍ତ ସଙ୍ଗୀନ। ଏହାକୁ ବହୁ ମିଡ଼ିଆ କେବଳ ଅବୈଧ ଯୌନ ସଂପର୍କ ଓ ବ୍ଲାକମେଲ ରିପୋର୍ଟ ଭିତରେ ହିଁ କାମ ସାରିଦେଲେ। ମାତ୍ର ଅର୍ଚ୍ଚନା ଯେଉଁ ସଙ୍ଗୀନ କଥାଟି ଉଠାଇଛନ୍ତି ତାହାହେଲା, କେ ଭି ଯେଉଁ ଡିଲ କରିଥିଲେ ତାହା ହେଉଛି ପାର୍ଟି ଟିକେଟ ବା ସିଟ୍ ଦଦଳରେ ସେକ୍ସ୍। ଅଭିଯୋଗର ସତ୍ୟାସତ୍ୟ ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ, ମାତ୍ର ଯାହା ଅଭିଯୋଗ ହୋଇଛି ତାହା ବିଜେପି ପାଇଁ ସାଙ୍ଘାତିକ କ୍ଷତିକାରକ। ଦଳର ଭାବମୂର୍ତ୍ତି ପାଇଁ ବିପାଜ୍ଜନକ। କାରଣ ଏହା ସାଧାରଣରେ ଦଳରେ ମହିଳାଙ୍କ ସମ୍ମାନ ଓ ସ୍ଥିତି କୁ ନେଇ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଏପରି ସ୍ଥିତିରେ ଅଭିଯୋଗର ସତ୍ୟ କଣ ଏବଂ କେ ଭି ସିଂହଦେଓ ବାସ୍ତବରେ ସିଟ୍ ଦେବାକୁ ପ୍ରତିଶ୍ରୁତି ଦେଇ ଅର୍ଚ୍ଚନା ସହ ସେକ୍ସ୍ଆଲ୍ ରିଲେସନସିପ ରଖିଥିଲେ ନା ନାହିଁ, ଏହାର ତଦନ୍ତ ପାଇଁ ଦଳ ପକ୍ଷରୁ କମିଟି ଟେ କାହିଁକି ଗଠନ ହୋଇନାହିଁ ବୋଲି ପ୍ରଶ୍ନ ଉଠୁଛି।

ବିଜେପି ପାଟି ଫିଟାଇଲେ ଯେତିକି ଫସିବ, ଚୁପ୍ ରହିଲେ ତା ଠାରୁ ଅଧିକ

ଦଳର ଜଣେ ପୂର୍ବତନ ସଭାପତି, ମନ୍ତ୍ରୀଙ୍କ ବିରୁଦ୍ଧରେ ସେକ୍ସ୍ ଫର୍ ସିଟ୍ ଭଳି ସାଙ୍ଘାତିକ ଅଭିଯୋଗ ଆସିବାପରେ ପାର୍ଟିର ଶୀର୍ଷ ନେତୃତ୍ୱ ଚୁପ୍ ହୋଇ ବସିପଡ଼ିବା କୁ ଅନେକ ସୁଇସାଇଡିଆଲ ନିଷ୍ପତ୍ତି ବୋଲି ଅନେକ ମତ ଦେଉଛନ୍ତି। ସତ କଣ ଏହାର ତଦନ୍ତ ଅନ୍ତତଃ ଦଳୀୟ ସ୍ତରରେ ଏକ କମିଟି ଦ୍ୱାରା କରାଯାଇ ରିପୋର୍ଟ ସାର୍ବଜନୀନ କରାଯାଇପାରିଥାନ୍ତା। ମାତ୍ର ଦଳ ତରଫରୁ ଏ ବାବଦରେ କେହି ବି ମୁହଁ ଖୋଲିବାକୁ ନାରାଜ । ମାତ୍ର ଏକଥା ବି ସତ୍ୟ ଯେ ଦଳ ଏ ମାମଲାରେ ଯେତିକି ବିଳମ୍ୱ କରିବ ଠିକ୍ ନିର୍ବାଚନ ବେଳକୁ ଏହା ବୁମେରାଂ ହୋଇ ଦଳ ପାଇଁ କୀଳା ହେବା ଥୟ। ଅନ୍ୟପଟେ ଦଳ ଯଦି ପାଟି ଖୋଲିବ ତା ହେଲେ କିଳା କୁ ହୁଇସିଲ ମାରି ଡାକିଲା ଭଳି ସ୍ଥିତି ଉପୂଜିବ।

ସିଂହଦେଓ ସାଇଲେଣ୍ଟ

ଏ ମାମଲାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଅଭିଯୋଗକୁ ନେଇ କେଭି ସିଂଦେଓଙ୍କ ନୀରବତା। ଯେବେଠୁ ଏ ଏତାଲା ତଥ୍ୟ ସାମନାକୁ ଆସିଲାଣି ଏବେଠୁ ମିଡିଆରେ କେ ଭି ଙ୍କୁ ନେଇ ଅନାବ ସନାବ କାହାଣୀ ଲେଖା ଚାଲିଛି। ଅଥଚ କଣ ସତ ସେ ବାବଦରେ ସିଂହଦେଓ ପୁରା ସାଇଲେଣ୍ଟ। କନକ ବର୍ଦ୍ଧନ ଙ୍କ ନୀରବତା ନେଇ ଆଉ ଏକ କଥା ଘୁରିବୁଲୁଛି ତାହା ହେଉଛି, ଯଦି କୁଆଡେ କେ ଭି ମୁହଁ ଖୋଲନ୍ତି ତେବେ ତାଙ୍କର କିଛି ଆପତ୍ତିଜନକ ଫୋଟୋ କୁଆଡେ ମିଡିଆରେ ଲିକ୍ କରିଦିଆଯିବ । କେ ଭି ସିଂହଦେଓ ଜଣେ ବରିଷ୍ଠ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ସେ ଦୃଷ୍ଟିରୁ ତାଙ୍କ ବିରୁଦ୍ଧରେ ଯେଉଁ ସେକ୍ସ୍ ଫର୍ ସିଟ୍ ର ସଙ୍ଗୀନ ଅଭିଯୋଗ ଆସିଛି ସେ ତାହାର ସ୍ପଷ୍ଟୀକରଣ ଦେଇ କାହାଣୀର ପୂର୍ଣ୍ଣଛେଦ ଟାଣିବା ଦରକାର ବୋଲି ଦଳ ଭିତରେ ବହୁ ନେତା ନାମ ଗୋପନୀୟ ରଖି ମତ ଦେଉଛନ୍ତି।

ବିଜେଡି ଚୁପ୍ କାହିଁକି?

ସବୁଠୁ ଇଣ୍ଟରେଷ୍ଟିଙ୍ଗ କଥା ହେଲା ବିଜେଡି ର ନୀରବତା। ବିଜେପି ର ଜଣେ ବରିଷ୍ଠ ନେତାଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସୁଛି ମାତ୍ର ଦଳ ପୁରା ଚୁପ୍। ଏହାର ଆରପଟ କାହାଣୀ ଟି ହେଉଛି, ଯେ ପୋଲିସକୁ ଜଣା ପଡ଼ିଯାଇଛି ଯେ ଅର୍ଚ୍ଚନା ହିଟ ଲିଷ୍ଟ ରେ ବିଜେଡିର ଅନେକ ନେତା, ବିଧାୟକ ଓ ସାଂସଦ ବି କୁଆଡେ ସାମିଲ। ତେଣୁ ଆଗକୁ ଏହାକୁ ନେଇ ପାର୍ଟି ବ୍ୟାକଫୁଟ ରେ ନ ପଡୁ ସେଥିପାଇଁ କୁଆଡେ ଉପରୁ ନିର୍ଦ୍ଦେଶ ଆସିଛି ମୁହଁ ନ ଖୋଳିବାକୁ।

Related Posts