ବ୍ରହ୍ମପୁରରେ ପୁଣି ଠାବ ହେଲା ସେକ୍ସ ରାକେଟ୍‌: ୩ ଯୁବତୀଙ୍କ ସହ ୧୦ ଯୁବକ ଅଟକ

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ତେବେ ଏହି ଚଢ଼ାଉ ସମୟରେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହା ସହିତ ଅନ୍ୟ ୧୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।

ଏଠାରେ ଅନେକ ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ମିଳିବା ପରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ସେଠାରେ ବାଇକରେ ପହଞ୍ଚି ଚଢ଼ଉ କରିଥିଲେ । ବିଏନପୁର ଥାନା ଅଧିକାରୀ ରାମକୁମାର ମୁର୍ମୁ, ଗୋଷାଣୀ ନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ଏସଆଇ ବିଭୂତି ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢଉରେ ସାମିଲ ଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା ।

Related Posts