ଆମେରିକାର ଲସ ଏଞ୍ଜେଲସରେ ବିଶ୍ୱ ସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ୍‌ ଖାନ

ନୂଆଦିଲ୍ଲୀ: ବଲିଉଡ୍‌ର ବାଦଶାହ ତଥା ମୋଷ୍ଟ ପପୁଲାର ଅଭିନେତା ଶାହାରୁଖ୍‌ ଖାନ ନିକଟରେ କ୍ରିକେଟ୍ କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସମସ୍ତେ ଜାଣନ୍ତି ଯେ ଶାହାରୁଖ ଖାନ କ୍ରିକେଟର ଜଣେ ବଡ଼ ଫ୍ୟାନ । ସେ ବର୍ତ୍ତମାନ କେକେଆର ଟିମ୍‌ର ମାଲିକ ଅଟନ୍ତି । ମ୍ୟାଚ୍‌ ଦେଖିବା ପାଇଁ ତାଙ୍କ ପରିବାର ସହ ଷ୍ଟାଡିୟମରେ ନଜର ଆସିଛନ୍ତି । ଖେଳାଳୀମାନଙ୍କ ମଧ୍ୟ ବହୁତ ଉତ୍ସାହିତ ମଧ୍ୟ କରନ୍ତି । ତେବେ ଏହାରି ମଧ୍ୟରେ ତାଙ୍କର ଏହି ବଡ଼ ଘୋଷଣା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁସିର ମହୋଲ ଖେଳି ଯାଇଛି ।

ଶାହରୁଖ ଖାନ ଏପ୍ରିଲ ୩୦ରେ ଘୋଷଣା କରିଛନ୍ତି ଯେ ସେ ଆମେରିକାର ଲସ ଏଞ୍ଜେଲସରେ ସେ ଏକ ବିଶ୍ୱ ସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି। ଶାହାରୁଖ ଏହାର ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ଲସ ଏଞ୍ଜେଲସରେ ବିଶ୍ୱ ସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ ପାଇଁ ତାଙ୍କ କ୍ରିକେଟ୍ ଦଳ କେକେଆର ଆମେରିକାର ମେଜର ଲିଗ୍ କ୍ରିକେଟ୍ (MLC) ଟି -୨୦ ସହ ସହଯୋଗ କରିବ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକଳ୍ପରେ ଅନେକ ମିଲିୟନ୍ ଡଲାରର ପୁଞ୍ଜି ବିନିଯୋଗ ହେବ।

ରିପୋର୍ଟ ଅନୁଯାୟୀ, ୧୫ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ ହେବ । ଷ୍ଟାଡିୟମରେ ୧୦ ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ। ଷ୍ଟାଡିୟମ ପାଇଁ ଯୋଜନା ଗୁଡ଼ିକରେ ଅତ୍ୟାଧୁନିକ ତାଲିମ ସୁବିଧା, ଲକର ରୁମ, ବିଳାସପୂର୍ଣ୍ଣ ସୁଟ୍, ପାର୍କିଂ, ଫିଲ୍ଡ ରେ ଲାଇଟିଂ ସୁବିଧା ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମାନ୍ୟତା ପାଇବା ପାଇଁ ଏକ ଆନ୍ତର୍ଜାତୀୟ ସ୍ତରର ପିଚ୍ ମଧ୍ୟ ସାମିଲ ହେବ । ଏହି ଷ୍ଟାଡିୟମକୁ ଅନ୍ୟତମ ଭାବେ ନିର୍ମାଣ କରାଯିବ ।

ଏହା ବ୍ୟତୀତ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବାକୁ ଗଲେ ବର୍ତ୍ତମାନ ୩ଟି ଚଳଚ୍ଚିତ୍ର ଆସୁଛି। ସେ ୟଶ ରାଜଙ୍କ ଫିଲ୍ମ “ପଠାନ” ରେ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Related Posts