ଛତିଶଗଡ଼ରେ ଲଜ୍ୟା: ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ, ପରେ ପ୍ରାଇଭେଟ ପାର୍ଟରେ ରଡ଼ ପୂରାଇ ଦେଲା ପିଶାଚ, ପୀଡ଼ିତ ମହିଳାଙ୍କ ମୃତ୍ୟୁ

ଛତିଶଗଡ଼: ଛତିଶଗଡ଼ର ଜଞ୍ଜଗିରି-ଚମ୍ପା ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଦୁଷ୍କର୍ମ ପରେ ଜଣେ ପୀଡ଼ିତ ମହିଳାଙ୍କ ମୃତ୍ୟୁ ଘଟିଛି । ଜଣେ ୫୬ ବର୍ଷୀୟ ଅସୁସ୍ଥ ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ରଡ଼ ପୂରାଇ ଦିଆଯାଇ ଥିବା ଅଭିଯୋଗ ହୋଇଛି । ଫଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏପ୍ରିଲ ୫ ଓ ୬ ମଧ୍ୟ ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଥିଲା ।

ମହିଳା ଜଣକ ଏକ ତେଜରାତି ଦୋକାନ ଆଗରେ ପଡ଼ିଥିବା ବେଞ୍ଚରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ଏଭଳି ଅମାନବୀୟକାଣ୍ଡ ଘଟାଛନ୍ତି। ଦାଭାରା ପୁଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ହେଛନ୍ତି କ୍ରିଷ୍ଣା ଯାଦବ(୩୧)। ତାଙ୍କୁ ଗୁରୁବାର ଗିରଫ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କୁ ଦୁଷ୍କର୍ମ ପରେ ଅକଥନୀୟ ଶାରୀରିକ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ଗତ ଏପ୍ରିଲ ୫ ତାରିଖରେ ଯାଦବ ସମ୍ପୃକ୍ତ ମହିଳାଙ୍କୁ ସ୍ଥାନୀୟ ଏକ ଜଗାକୁ ଜୋରଜବରସ୍ତ ଉଠାଇ ନେଇ ତାଙ୍କ ପ୍ରତି ପାଶବିକ ଅତ୍ୟାଚାର କରିଥିଲା। ଦୁଷ୍କର୍ମ ପରେ ତାଙ୍କ ମଥାକୁ ଏକ ପଥରରେ ଛେଛିବା ସହ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ଲୁହା ରଡ଼ ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଯାଦବ ରକ୍ତ ଜୁଡ଼ୁବୁଡ଼ୁ ଲୁହା ରଡ଼କୁ ନିକଟରେ ଏକ କଲଭର୍ଟ ପାଖକରେ ଫୋପାଡ଼ି ଦେଇଥିବା ପୁଲିସ କହିଛି । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସାମ୍ନାକୁ ସମ୍ପୁର୍ଣ୍ଣ ଘଟଣା ଆସିଥିଲା । କିପରି ଅଭିଯୁକ୍ତ ଉକ୍ତ ମହିଳାଙ୍କ ସହ ଏହିଭଳି ଅମାନବୀୟ କାଣ୍ଡ ଘଟାଇଥିଲା ।

Related Posts