Shame on you, Mr Chief Minister: କନ୍‌ଭିକସନ୍ ରେଟ୍‌ରେ ସବୁଠୁ ଶେଷରେ ଓଡ଼ିଶା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ ରାଜ୍ୟ ସରକାର । ସ୍ବଚ୍ଛ ପ୍ରାସଶକ ସାଜିଥିବା ନବୀନ ବାବୁଙ୍କୁ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ପୁସ୍ତକ ଲଗାଇଛି ଶକ୍ତ ଚାପୁଡ଼ା । କ୍ରାଇମ୍ ରେକର୍ଡ ବ୍ୟୁରୋର ରିପୋର୍ଟ ଦର୍ଶାଉଛି ଯେ କେବଳ ଲୋକଙ୍କୁ ଭୂଆଁ ବୁଲାଇ ପାଇଁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ହାତେଇଛନ୍ତି ନବୀନ ବାବୁ । କିନ୍ତୁ ବାସ୍ତବ ଚିତ୍ର ଅଲଗା । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟ କହୁଛି ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଦେଶରେ ଓଡ଼ିଶା ସବୁଠୁ ଶେଷରେ ଅଛି । ଅର୍ଥାତ ସ୍ବଚ୍ଛ ଶାସନ ଦେବାରେ ଦେଶରେ ରାଜ୍ୟ ସରକାର ସର୍ବ ଶେଷରେ ଅଛନ୍ତି ।

ନବୀନଙ୍କ ନେତୃତ୍ୱରେ ରାଜ୍ୟ ପୋଲିସର ଲଜ୍ଜାଜନକ ପ୍ରଦର୍ଶନ: କଂଗ୍ରେସ

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତଗତ ତଥା 5-ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି ନାୟକ । କେବଳ ପ୍ରଚାର ପ୍ରସାର ମାଧ୍ୟମରେ ନିଜ ଅପାରଗତାକୁ ଲୁଚେଇବା ପାଇଁ ଶାସନରେ ସ୍ୱଚ୍ଛତା ଆଣିବା ନାଁରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ନିଜ ବ୍ୟକ୍ତିଗତ ସଚିବଙ୍କୁ 5-ଟି ସଚିବ ଭାବେ ନିଯୁକ୍ତି ଦେବା ସହ ପ୍ରାଥମିକ ସ୍ତରରେ ନିଜ ଅଧିନରେ ଥିବା ଗୃହ ବିଭାଗକୁ ଏହାର ଅର୍ନ୍ତଭୁକ୍ତ କରିଲେ ମାନ୍ୟବର । କିନ୍ତୁ ଆଶ୍ଚର୍ଯ୍ୟର କଥା ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ତାଲିକାରେ ଜାତୀୟ ସ୍ତରରେ ହାରାହାରି ଦଣ୍ଡବିଧାନ ହାର ୪୯.୯ % ଥିବାବେଳେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରୁଥିବା ନବୀନ ବାବୁ ଏବଂ ତାଙ୍କ ଅଧିନରେ ଥିବା ଗୃହ ବିଭାଗ ଅପରାଧୀଙ୍କୁ ଦୋଷୀ ସାବସ୍ତ୍ୟ କରିବାରେ ସମଗ୍ର ଭାରତ ବର୍ଷରେ ୫.୭ ପ୍ରତିଶତ ସହ ତଳ ଆଡ଼ୁ ପ୍ରଥମ ସ୍ଥାନ ଅଧିକାର କରିଛି, ଅର୍ଥାତ ଶେଷରେ ଅଛି । ଯାହା ଜାତୀୟ ହାରର ମାତ୍ର ୧୦ ପ୍ରତିଶତ । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ଅପରାଧିମାନେ ଖସିଯିବାରେ ସଫଳ ହେଉଛନ୍ତି, ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ?

କ’ଣ ପାଇଁ 5-ଟି ସଚିବ ସେଭଳି ପୋଲିସ ଅଧିକାରୀଙ୍କ ଯୋଗ୍ୟତା ମାପିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ? ଯଦି ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଛନ୍ତି, ତେବେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ଉତ୍ତର ରଖନ୍ତୁ ବୋଲି ନାୟକ ଦାବି କରିଛନ୍ତି । ଏପରିକି ୨୦ ବର୍ଷର ବିଜୁ ଜନତା ଦଳର ଶାସନ କାଳରେ ଅଧିକାଂଶ ଅପରାଧରେ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ଉକ୍ତ ଅଭିଯୁକ୍ତମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ତଦନ୍ତ ସମୟରେ ବିଜୁ ଜନତା ଦଳ କର୍ମୀମାନଙ୍କ ଠାରୁ U/S – 161, CRPCରେ ବୟାନ ରେକର୍ଡ କରାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରି ଅଦାଲତରେ ସାକ୍ଷୀ ସମୟରେ ବୟାନ ବଦଳାଇ ଅପରାଧିମାନଙ୍କୁ ଖସାଇବାରେ ସଫଳ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Related Posts