କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା ଗିରଫ

(ସତ୍ୟପାଠ ବ୍ୟୁରୋ) କୋରାପୁଟ: ଶିକ୍ଷକ ଆତ୍ମହତ୍ୟା ଘଟଣାରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ପ୍ରମୋଦଙ୍କ ସରକାରୀ ବାସଭବନରେ ଦଶମନ୍ତପୁର ବ୍ଲକର ଚିକାମ୍ବ ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା କରିଥିଲେ ।

ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଗତ ଡିସେମ୍ବର ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରୁ ସେଦିନ ଶିକ୍ଷକଙ୍କ ହାତଲେଖା ସୁଇସାଇଡ୍ ନୋଟ ଜବତ କରିଥିଲା ପୋଲିସ । ସୁଇସାଇଡ ନୋଟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କ ସମେତ ୭ ଜଣଙ୍କ ନାଁ ରହିଥିଲା । ମୃତ୍ୟୁ ପୂର୍ବରୁ ଚିତ୍ତରଞ୍ଜନ ପଣ୍ଡା ଅଭିଯୋଗ ଆଣିଥିଲେ ଯେ, ସେ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି । ସେ ତାଙ୍କ ମୃତ୍ୟୁ ପାଇଁ ସେ ୭ଜଣଙ୍କୁ ଦାୟୀ କରିଥିଲେ । ସୁଇସାଇଡ ନୋଟ୍‌ ଆଧାରରେ ପୋଲିସ ଆଜି ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଛି ।

ସୂଚନାଅନୁସାରେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତରଞ୍ଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଥିଲେ । ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡାଙ୍କ ବାସଭବନରୁ ଉଦ୍ଧାର ହୋଇଥିଲା । ପଡିଥିବା ଦେଖିବାକୁ ପାଇଥିଲେ । ଆଉ ଜଣଙ୍କୁ ଡାକି ବାସଭବନ ଖୋଲିବା ପରେ ଭିତରୁ ତାଙ୍କ ମୃତଦେହ ମିଳିଥିଲା ।

Related Posts