କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି: ପାୱାରଙ୍କ ନାଁକୁ ନେଇ ଏବେଠୁ ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ମୁମ୍ବାଇ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ? କାହାକୁ ରାଷ୍ଟ୍ରପତି କଲେ ବିଜେପି ଲହର ଭାଙ୍ଗିବ ? କିଏ ସେହି ପ୍ରାର୍ଥୀ ଯାହାଙ୍କୁ ସମସ୍ତେ ବିନା କୌଣସି ଦ୍ବିଧାରେ ସମର୍ଥନ କରିବେ ? ରାଷ୍ଟ୍ରପତି ନିର୍ବାଚନକୁ ଆହୁରି 2 ବର୍ଷରୁ ଅଧିକ ସମୟ ଥିଲେ ବି ଏବେଠୁ ଯୋଜନା ଆରମ୍ଭ କଲେଣି ବିରୋଧୀ ।

ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ଏବେ ଏନସିପି ଓ ଶିବସେନା । ଏନେଇ ଗତକାଲି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ କହିଛନ୍ତି ଯେ ଜଣେ ବରିଷ୍ଠ ନେତା ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ବିଚାର ହେବା ଉଚିତ।

ସେହିଭଳି NCP ସାଂସଦ ମାଜିଦ ମେମନ କହିଛନ୍ତି ଶରଦ ପାଓ୍ୱାରଙ୍କୁ ରାଷ୍ଟ୍ରପତି ବନାଇବା ପାଇଁ ସମର୍ଥନ ହାସଲ ପାଇଁ ଚେଷ୍ଟା ଆରମ୍ଭ ହୋଇଛି । ଏହାର ସକାରାତ୍ମକ ସଙ୍କେତ ମିଳୁଛି । ୨୦୨୨ ସୁଦ୍ଧା ଏଥିପାଇଁ ସମସ୍ତ ଅଣ ବିଜେପି ଦଳକୁ ଏକାଠି କରାଯିବ । ୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଶରଦ ପାଓ୍ୱାର ବିଜୟୀ ହେଲେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିର ଲହରକୁ ମଧ୍ୟ ହ୍ରାସ କରିବାରେ ଏହା ସହଯୋଗ କରିବ ।

Related Posts