୧ରୁ ଖୋଲିବ ଶିମିଳିପାଳ

ବାରିପଦା : ଖୋଲିବ ଶିମିଳିପାଳ । ବର୍ଷା ଦିନ ପାଇଁ ଜୁନ ୧୬ରୁ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ଖୋଲିବା ନେଇ ସୂଚନା ମିଳିଛି । ଏବେ ମୌସୁମୀ ଯିବା ପରେ ରାସ୍ତା ଓ ପୋଲ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି।

ନଭେମ୍ବର ୧ରୁ ପର୍ଯ୍ୟଟକମାନେ ଶିମିଳିପାଳରେ ବୁଲିବୁଲି କରିବା ସହ ଜାତୀୟ ଉଦ୍ୟାନର ସୌନ୍ଦର୍ଯ୍ୟମୟ ପରିବେଶ ମନଭରି ଉପଭୋଗ କରି‌ପାରିବେ। ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ଚାଲିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର କହିଛନ୍ତି ।

Related Posts