ରାଜଧାନୀରେ ଚାଞ୍ଚଲ୍ୟ: ଶିଖରଚଣ୍ଡୀ ପାହାଡ଼ରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ଭୁବନେଶ୍ବର: ପୁଣି ଥରେ ରାଜଧାନୀରେ ଚାଞ୍ଚଲ୍ୟ | ରାଜଧାନୀର ମାଟିରେ ଦୁର୍ବୁତାମାନେ ଘଟାଇଛନ୍ତି ଜଘନ୍ୟ ହତ୍ୟାକାଣ୍ଡ | ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଇଛନ୍ତି | ଯେଉଁ ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି |

ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ହେପାଜତକୁ ନେଇ ତଦନ୍ତ କରୁଥିବା ଜଣାପଡିଛି।

ମୃତ ଯୁବକ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ (୨୨ ବର୍ଷ)। ତାଙ୍କୁ କିଏ କାହିଁକି ହତ୍ୟା କଲା ଏବଂ ପରେ ପୋଡ଼ି ଦେଲା ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ଯିବ। ଏଣେ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଇନଫୋସିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।

ଖବର ଅନୁଯାୟୀ, ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଝିଅକୁ ଭଲ ପାଉଥିଲେ । ଝିଅର ବାହାଘର ପରେ ବି ତା ସହ ସମ୍ପର୍କରେ ଥିଲେ ଅବିନାଶ । ବୁଧବାର ଝିଅ ଘର ଲୋକେ ଅବିନାଶକୁ ମାଡ ମାରିବା ସହ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Related Posts