କରୋନାରେ ଚାଲିଗଲେ “ସୁଟର ଦାଦି ” ଚନ୍ଦ୍ରୋ ତୋମର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ‘ସୁଟର ଦାଦି’ ନାମରେ ଜଣାଶୁଣା ଚନ୍ଦ୍ରୋ ତୋମର କରୋନାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ହୋଇଥିଲା । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ 26 ଏପ୍ରିଲରେ ଚନ୍ଦ୍ରୋଙ୍କୁ ମେରଠ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଚନ୍ଦ୍ରୋ ତୋମର, ଯିଏକି ତାଙ୍କର ସଠିକ୍ ନିଶାନା ପାଇଁ ଅନେକ ସୁଟରଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଯେତେବେଳେ ସେ ଶୁଟିଂ ଆରମ୍ଭ କରିଥିଲେ ସେତେବେଳେକୁ ତାଙ୍କର ବୟସ 60 ବର୍ଷରୁ ଅଧିକ ହୋଇଥିଲା। ଏହା ପରେ ସେ ଅନେକ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଥିଲେ । ଏପରିକି ତାଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତାଙ୍କୁ ଦୁନିଆର ବୟସ୍କ ସୁଟର ଭାବେ ବିବେଚନା କରାଯାଉଥିଲା। ଗତ ଫେବୃଆରୀ ମାସରେ କୃଷକଙ୍କ ଆନ୍ଦୋଳନ ସମର୍ଥନରେ ଟୁଇଟ୍ କରି ‘ସୁଟର ଦାଦି’ ଚର୍ଚ୍ଚାକୁ ଆସିଥିଲେ। ସେ ଚାଷୀଙ୍କ ସମର୍ଥନରେ ଟ୍ୱିଟ୍ କରି କହିଥିଲେ , “କୃଷକ କେବଳ ଜଣେ କୃଷକ, ସେ ଖାଦ୍ୟ ଯୋଗାଣକାରୀ। ସେ ଖାଲିସ୍ତାନୀ କିମ୍ବା ଆତଙ୍କବାଦୀ ନୁହଁନ୍ତି।” କେନ୍ଦ୍ର ମନ୍ତ୍ରୀ ହର୍ଦ୍ଦିପ ସିଂ ପୁରୀ ଚନ୍ଦ୍ରୋ ତୋମରଙ୍କ ମୃତ୍ୟୁରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଟ୍ବୁଟି କରି ସମବେଦନା ଜଣାଇଛନ୍ତି।

Related Posts