କୋଭିଡ ନହେଉ ସେଥିପାଇଁ ବର୍ଷେ ହେଲା ଧର୍ମେନ୍ଦ୍ରଙ୍କୁ ଭେଟି ନାହାନ୍ତି ହେମାମାଳିନୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କରୋନା ମହାମାରୀ ସାରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହି ଭୟଙ୍କର ମହାମାରୀ ଦୁଇ ପ୍ରେମୀଙ୍କୁ ପରସ୍ପର ଠାରୁ ଦୂରେଇ ନେଇଛି । ଏହା କେବଳ ସାଧାରଣ ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ , ସେଲିବ୍ରେଟିଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ବଲିଉଡର ଡ୍ରିମ୍ ଗାର୍ଲ ତଥା ବିଜେପି ସାସଂଦ ହେମାମାଳିନୀ କହିଛନ୍ତି , କରୋନା ମହାମାରୀ ଭାରତରେ ପ୍ରବେଶ କରିବା ଦିନ ଠାରୁ ସେ ଧେର୍ମନ୍ଦ୍ରଙ୍କ ଠାରୁ ଦୂରରେ ରହିଛନ୍ତି । ଧେର୍ମନ୍ଦ୍ର ମୁମ୍ବାଇ ଠାରୁ ଦୂରରେ ଥିବା ତାଙ୍କ ଫାର୍ମ ହାଉସରେ ବର୍ଷେ ହେବ ରହୁଛନ୍ତି । ଦୁହେଁ ଏକ ବର୍ଷରୁ ଅଧିକ ସମୟ ଧରି ପରସ୍ପରକୁ ସାକ୍ଷାତ କରି ନାହାନ୍ତି । ସ୍ପଟବୟକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି , ସୁରକ୍ଷାକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି , ଅମେ ଏକାଠି ସମୟ ବିତାଇବା ପରିବର୍ତ୍ତେ ପରସ୍ପରର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛୁ । ଯଦି ଆମେ ମାନବ ସଭ୍ୟତାକୁ ବଞ୍ଚାଇବାକୁ ଚାହୁଁ ତେବେ ଆମକୁ ଦୃଢ ହେବାକୁ ପଡିବ । ନିକଟରେ ଧେର୍ମନ୍ଦ୍ର ଟିକା ନେଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି କରୋନା ସହ ଲଢିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ ।

Related Posts