ଆମେରିକା ଚେସପିକ୍‌ସ୍ଥିତ ୱାଲ୍‌ମାର୍ଟ ଷ୍ଟୋର୍‌ରେ ଗୁଳିକାଣ୍ଡ: ଏକାଧିକ ମୃତ

ଚେସପିକ୍‌: ଆମେରିକୀୟ ପ୍ରଦେଶ ଭର୍ଜିନିଆ ଅନ୍ତଗର୍ତ ଚେସପିକ୍‌ସ୍ଥିତ ୱାଲ୍‌ମାର୍ଟ ଷ୍ଟୋର୍‌ରେ ଗତକାଲି ରାତିରେ ଗୁଳିକାଣ୍ଡ ଘଟିଛି । ଫଳରେ ଏହି ଗୁଳିକାଣ୍ଡରେ ଏକାଧିକ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି । ଚେସପିକ୍‌ ପୁଲିସ ବିଭାଗର ଜଣେ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଏହା ହେଉଛି ଦେଶରେ ୩ ଦିନ ମଧ୍ୟରେ ଦ୍ବିତୀୟ ବଡ଼ଧରଣର ଗୁଳିକାଣ୍ଡ।

ସରକାରୀ କର୍ତ୍ତୃପକ୍ଷମାନେ ନାମ ପ୍ରକାଶ କରି ନ ଥିବା ଗୁଳିଚାଳନାକାରୀଜଣକ ମଧ୍ୟ ୱାଲ୍‌ମାର୍ଟ ମଧ୍ୟରେ ମରିପଡ଼ିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ବିଭାଗର ମୁଖପାତ୍ର ଲିଓ କୋସିନ୍‌ସ୍କି କହିଛନ୍ତି।

ଗୁଳିଚୋଟରେ କେତେ ଜଣ ଲୋକ ପ୍ରାଣ ହରାଇଛନ୍ତି ତାହା କୋସିନ୍‌ସ୍କି ସଠିକ୍ ଭାବେ ନ କହି କହିଛନ୍ତି, ମନେହୁଏ ମୃତ୍ୟୁସଂଖ୍ୟା ୧୦ରୁ କମ୍‌ ହେବ।

ସେ କହିଛନ୍ତି, ୱାଲ୍‌ମାର୍ଟରେ ଗୁଳିକାଣ୍ଡ ଘଟିବା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦ଟା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକାଧିକ ଲୋକ ମୃତାହତ ହୋଇଥିବା କଥା ଷ୍ଟୋର୍‌ ଭିତରକୁ ପ୍ରବେଶ କରିବା ପରେ ପୁଲିସ ଅଫିସର୍‌ମାନେ ଜାଣିବାକୁ ପାଇଥିଲେ।

ଗୁଳିଚାଳକ ଷ୍ଟୋର୍‌ର କର୍ମଚାରୀ ଥିଲେ କି, ସେ ଆତ୍ମହତ୍ୟା କରିଛନ୍ତି ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ଜାଣିପାରି ନ ଥିବା କଥା କୋସିନ୍‌ସ୍କି କହିଛନ୍ତି। କିନ୍ତୁ, ପୁଲିସ ଗୁଳି ଚଳାଇ ନାହିଁ।

Related Posts