ପିପିଲି ବ୍ଳକ ଜସୁଆପୁରର ସରପଞ୍ଚ ଶ୍ୟାମ ସୁନ୍ଦର ପରିଡାଙ୍କ ଆତ୍ମହତ୍ୟା

ନିମାପଡ଼ା : ପୁରୀ ଜିଲ୍ଲା ପିପିଲି ବ୍ଳକ ଜସୁଆପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟା କରିଛନ୍ତି ସରପଞ୍ଚ । ଜସୁଆପୁରର ସରପଞ୍ଚ ଶ୍ୟାମ ସୁନ୍ଦର ପରିଡା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଜ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକ ‌।

ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପିପିଲି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଏନେଇ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Related Posts