SI Exam Scam: ଗୁଇନ୍ଦା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା, ପରଦା ପଛରେ ରହିଛି ବଡ଼ ଚେହେରା !

ଭୁବନେଶ୍ୱର: ପୁଲିସ ନିଯୁକ୍ତିରେ ଦୁର୍ନିତୀକୁ ନେଇ ଏବେ ରାଜ୍ୟ ଉଠୁଛି ପଡୁଛି। ସବ ଇନସପେକ୍ଟର ନିଯୁକ୍ତିରେ ହୋଇଥିବା ହେରଫେର ତଥା ଦୁର୍ନିତୀରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି। ତଦନ୍ତ ମାମଲା ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ଏହି ପରୀକ୍ଷା ଦୁର୍ନିତୀ ପଛରେ ବଡ଼ ବଡ ହସ୍ତି ରହିଥିବା ନେଇ ଚର୍ଚ୍ଚା ହେଉଛି। ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ଦ ଇଣ୍ଡିଆନ ଏକ୍ସପ୍ରେସର ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଚୁକ୍ତିବଦ୍ଧ ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀ ଏବଂ ଘରୋଇ ଫାର୍ମ ମଧ୍ୟରେ କଥିତ ସମ୍ପର୍କ ତଥା ଆବଶ୍ୟକୀୟ ସତର୍କତାର ଅଭାବକୁ ବର୍ତ୍ତମାନ ସ୍ଥଗିତ ଥିବା କମ୍ବାଇଣ୍ଡ ପୋଲିସ ସର୍ଭିସ୍ ପରୀକ୍ଷା (CPSE) 2024ରେ ଏକ ବଡ଼ ଠକେଇର କାରଣ ଭାବରେ ଚିହ୍ନଟ କରାଯାଇଛି।

ସେପଟେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଯୁଗ୍ମ ପୋଲିସ ସର୍ଭିସ ପରୀକ୍ଷାକୁ ପରିଚାଳନା କରୁଥିବା କିଛି ବେସରକାରୀ ସଂସ୍ଥାକୁ ପୋଲିସ ବିଭାଗର କିଛି ବରିଷ୍ଠ ସଦସ୍ୟ ବାରମ୍ବାର ଯାଉଥିବା ନେଇ ସୂଚନା ରହିଛି। ଏଭଳି ଗସ୍ତକୁ ନେଇ ଉକ୍ତ ସଂସ୍ଥାଗୁଡିକ ମାଲିକମାନଙ୍କ ସହିତ ଗଭୀର ସମ୍ପର୍କକୁ ଏଡ଼ାଇ ଦିଆଯାଇନପାରେ। ଏପରିକି ମାଲିକ ଓ କମ୍ପାନୀର ଡାଇରେକ୍ଟରଙ୍କ ସହିତ ମିଳିମିଶି ଏହି ଚଞ୍ଚକତା କରୁଥାଇପାରନ୍ତି ବୋଲି ସୂଚନା ରହିଛି।

ସେହିପରି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଠଛି କି ପଞ୍ଚସଫ୍ଟ ଟେକ୍ନୋଲୋଜିସ ନାମକ ସଂସ୍ଥାକୁ କ୍ରାଇମ ବ୍ରାଞ୍ଚ ଉପରେ ଚଢାଉ କରିବା ସହିତ ସିଲ କରିଛି। ଏହି ଫାର୍ମଟିକୁ କବିସୂର୍ଯ୍ୟନଗର ଅଞ୍ଚଳର ଶଙ୍କର ପୃଷ୍ଟି ନାମକ ଜଣେ ବ୍ୟକ୍ତି ଚଳାଇ ଆସୁଥିଲେ। ଏହି କମ୍ପାନୀକୁ ଶ୍ରୀ ପୃଷ୍ଟି ନିଜ ପତ୍ନୀଙ୍କ ନାଁରେ ଚଳାଇଥିଲେ। ଉକ୍ତ ରିପୋର୍ଟରେ ଶ୍ରୀ ପୃଷ୍ଟି ଏକାଧିକ ଅନିୟମିତତାରେ ଜଡ଼ିତ ବୋଲି ଦର୍ଶାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏହା ପ୍ରକାଶ ପାଇଛି ଯେ ସେ ସିଲିକନ୍ ଟେକ୍ ଲାବ୍ ସହିତ ମିଶି CPSE ରେ ଏକ ବଡ଼ ଧରଣର ସଂଗଠିତ ଠକେଇ କରିବାକୁ ଯୋଜନା କରୁଥିଲେ। ପୃଷ୍ଟି ଗଂଜାମର ଚାମଖଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ କେଦାରନାଥ ଟେକ୍ନୋଲୋଜିସ୍ ନାମକ ଆଉ ଏକ ଫାର୍ମ ମଧ୍ୟ ଚଳାଇ ଆସୁଛନ୍ତି ବୋଲି ରିପୋର୍ଟ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପଞ୍ଚସଫ୍ଟ ଏବଂ ସିଲିକନ୍ ଟେକ୍ ଲାବ୍ ଉଭୟର କାର୍ଯ୍ୟାଳୟ ଭୁବନେଶ୍ୱରର DLF ସାଇବର ସିଟିରେ ଅବସ୍ଥିତ ଏବଂ ସେପ୍ଟେମ୍ବର ୩୦ରେ ଏହି ଠକେଇ ସାମ୍ନାକୁ ଆସିବା ପରଠାରୁ ବନ୍ଦ କରିଦିଆଯାଇଛି।

ଗୁଇନ୍ଦା ସୂଚନା ଅନୁସାରେ କିଛି ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ କାରଣରୁ ଏହି ଅଫିସଗୁଡ଼ିକୁ ବାରମ୍ବାର ଯାଉଥିବା ନେଇ ସୂଚନା ରହିଛି। ଉକ୍ତ ଫାର୍ମଗୁଡ଼ିକର ମାଲିକ ଏବଂ ନିର୍ଦ୍ଦେଶକଙ୍କ ସହିତ ସେମାନଙ୍କର କିଛି ସମ୍ପର୍କ ଥାଇପାରେ। ଅପରାଧରେ ଉକ୍ତ ଫାର୍ମଗୁଡ଼ିକର ମାଲିକ ଏବଂ ନିର୍ଦ୍ଦେଶକଙ୍କ ସମ୍ପୃକ୍ତି ତଦନ୍ତ କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

Related Posts