SI SCAM ମୁଖ୍ୟମନ୍ତ୍ରୀ ନିରବ; ମାଷ୍ଟରମାଇଣ୍ଡକୁ ସୁରକ୍ଷା ଦେଉଛି କିଏ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୋହନ ମାଝିଙ୍କ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କର ନେତା ମନ୍ତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କମନ୍ ସଂଳାପ ହେଉଛି ଆମ ସରକାର ଶୂନ୍ୟ ସହନଶୀଳତା ନୀତିରେ ଦୁର୍ନୀତି କୁ ରୋକୁଛି।କଥା କଥାକେ ଭିଜିଲାନ୍ସ ଚଢାଉର ସଂଖ୍ୟା ଦେଖାଇ ନିଜ ପିଠି ଥାପୁଡ଼ାଇ ବାହା ବାହା ବେବାରେ ତିଳେ ମାତ୍ର ପଛ ଘୁଞ୍ଚା ଦେଉନାହାନ୍ତି ଏମାନେ।କିନ୍ତୁ ଆଜି ଆମେ ଯେଉଁ ମୁଦା ଉପରେ ଆଲୋଚନା ତମାମ ବିଜେପି ଚୁପ୍ ରହିଛି।ଅନୁରୂପ ଭାବେ କଂଗ୍ରେସ ମଧ୍ୟ ଚୁପ୍ ବସିଛି।କେବଳ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି କିଛି ମାତ୍ରାରେ ପାଟି ଖୋଲୁଛି।

ପୁଲିସ୍ ସବ ଇନ୍ସପେକ୍ଟର ପରୀକ୍ଷାରେ ହୋଇଥିବା ମହା ଘୋଟାଲାରେ ଭିତିରି କଥା ଯଦି ଜାଣିବି ତେବେ ଯେକୌଣସି ଲୋକ ମୁଣ୍ଡରେ ହାତ ଦେଇଦେବ।ଏହା ଉପରେ ପୁଲିସ୍ ପୁରାପୁରି ଚୁପ୍ ଥିବାବେଳେ ସରକାରଙ୍କ ତରଫରୁ ଯୁକ୍ତି ଆସୁଛି ଆମ ପୁଲିସ୍ ଧରିଛି।ଖବର ଅନୁସାରେ ଏହି ପରୀକ୍ଷା ଇଣ୍ଡିଆନ୍ ଟେଲିଫୋନ ଇଣ୍ଡଷ୍ଟ୍ରି ଲିମିଟେଡ଼ ନାମକ ଅର୍ଗାନାଇଯେଶନ କୁ ଦିଆଗଲା କୁହାଗଲା ଏହି ପରୀକ୍ଷାରେ ଓଡ଼ିଶା ପୋଲିସ ହାତ ମାରିବ ନାହିଁ।କିନ୍ତୁ ଏହି ଅର୍ଗାନାଇଯେସନ୍ ଚତୁରତାର ସହ ରିଚ୍ ମାଇଣ୍ଡ ବୋଲି ଗୋଟିଏ ଗୁଜୁରାଟ ସଂସ୍ଥା କୁ ଭଡ଼ାରେ ଦେଇଦେଲେ।SI ପରୀକ୍ଷା କେବଳ ଏବେ ବାତିଲ ହୋଇନାହିଁ,୨୦୨୫ ମାର୍ଚ୍ଚ ମାସରେ ମଧ୍ୟ ପରୀକ୍ଷାର ଠିକ୍ କିଛି ଘଣ୍ଟା ପୂର୍ବରୁ ଘୋଷଣା କରିଦିଆଗଲା ପରୀକ୍ଷା ବାତିଲ ହେଲା ବୋଲି।କିନ୍ତୁ କାହିଁକି ପରୀକ୍ଷା ବାତିଲ କରାଗଲା ଅଦ୍ୟାବଧି ଏହାର କାରଣ କିଛି କୁହାଗଲା ନାହିଁ।ଏଭଳି ପରୀକ୍ଷାକୁ ସୁଚାରୁରୂପେ ସମାପନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରୀକ୍ଷା ବାତିଲ କରାଗଲା କିନ୍ତୁ କାହାକୁ ଧରାଗଲା ନାହିଁ କି କାହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା ନାହିଁ।


କଥା ହେଉଛି ଯଦି ଏଇଭଳି ଘୋଟାଲା କରି ମୋଟା ଅଙ୍କର ଅର୍ଥ ରାଶି ଘୋଷ ଦେଇ ପୋଲିସ୍ SI ଓଡ଼ିଶା ପୁଲିସ୍ ବିଭାଗକୁ ପସିବେ ତେବେ NCRB ତଥ୍ୟରେ ଓଡ଼ିଶା ପୁଲିସ୍ ର ବିଫଳତା ଏକଦମ୍ ଉପରେ ରହିବ ହିଁ ରହିବ।ମୂଖ୍ୟମନ୍ତ୍ରୀ ମୋହନ ମାଝି ଯେତେବେଳେ ବିରୋଧୀ ଭୂମିକାରେ ଥିଲେ ବିଜୁ ଜନତା ଦଳ ସମୟରେ ହୋଇଥିବା ପରୀକ୍ଷା ଘୋଟଲା କୁ ସାମ୍ନା କୁ ଆଣିଥିଲେ।ବର୍ତ୍ତମାନ ସେ ହେଉଛନ୍ତି ବିଭାଗୀୟ ମନ୍ତ୍ରୀ ତେବେ ଏହି ସ୍କାମ ର ଉତ୍ତରଦାୟିତ୍ୱ କିଏ ବେବେ?୧୧୪ ଜଣ ପରୀକ୍ଷାର୍ଥୀ ଯେଉଁମାନେ ଏକ ସ୍ଵତନ୍ତ୍ର ବସ୍ ଯୋଗେ ଶ୍ରୀକାକୁଲମ ଯାଉଥିଲେ ଯେଉଁମାନଙ୍କୁ ସେଠାରେ ପ୍ରଶ୍ନ ପତ୍ର ଦିଆଯାଇଥାନ୍ତା ଏବଂ ସେମାନେ ଫେରିକି ଆସି ପରୀକ୍ଷା ଦେଇ ଥାନ୍ତେ ସେହି ମାନଙ୍କୁ ହିଁ ଗିରଫ କରାଯାଇଛି।ନିଜେ ଓଡ଼ିଶା ପୁଲିସ୍ କହୁଛି ପରୀକ୍ଷାର୍ଥୀ ପିଛା ୨୫ଲକ୍ଷ ଟଙ୍କାର ଡିଲ ହୋଇଥିଲା।୧୦ ଲକ୍ଷ ଲେଖାଏ ଦେଇଛନ୍ତି ଏବଂ ପରୀକ୍ଷା ପରେ ବଳକା ୧୫ ଲକ୍ଷ ଦେଇଥାନ୍ତେ।କିନ୍ତୁ ଏପର୍ଯ୍ୟନ୍ତ ଏଥିରେ ସଂପୃକ୍ତ ଅଧିକାରୀ ବା ମାଷ୍ଟର ମାଇଣ୍ଡ କୁ ହାତ ମାରି ପାରିଲାନାହି ପୋଲିସ୍।ହେଲେ ବିଜେପି କହୁଛି ଯେ ଆମ ପୋଲିସ ଧରିଛି ବା ଏହାର ପର୍ଦ୍ଦାଫାଶ କରିଛି।ଯଦି ଏମାନଙ୍କର ଏତେ ବାହାଦୂରୀ ବା ପାରିବା ପଣିଆ ଥିଲେ ତେବେ ମାର୍ଚ୍ଚ ମାସରେ ଯେଉଁ ପରୀକ୍ଷା ବାତିଲ କରାଯାଇଥିଲା ଓଡ଼ିଶା ପୁଲିସ୍ କାହିଁକି କିଛି ଛାନ ଭିନ କଲାନାହିଁ।ଏବେ କଥା ଉଠୁଛି ବାସ୍ତବରେ ଏହାକୁ ଓଡ଼ିଶା ପୁଲିସ୍ ଧରିନାହିଁ।ଏହାକୁ ଶ୍ରୀକାକୁଲମ ଆନ୍ଧ୍ର ପୁଲିସ୍ ହିଁ ଧରିଛି।ସେମାନଙ୍କ ପାଖରେ ପ୍ରଥମେ ସୂଚନା ପହଞ୍ଚିଥିଲା ଯେ ଏଭଳି ହେରଫେର ଚାଲିଛି ଆନ୍ଧ୍ରପ୍ରଦେଶ ଭିତରେ। ଆଇଟିଆଇ ସଂସ୍ଥା ବା ପିଏସୟୁ ଏମିତି ଧନ୍ଦା କରୁଛି ଆନ୍ଧ୍ର ପ୍ରଦେଶ ଭିତରେ ପର ମୁହୂର୍ତ୍ତରେ ସେଠାକାର ପୁଲିସ୍ ଏମାନଙ୍କୁ ଧରିକି ଓଡ଼ିଶା ପୁଲିସ୍ କୁ ଦେଇଛି କିନ୍ତୁ ବର୍ତ୍ତମାନ ଓଡ଼ିଶା ପୁଲିସ୍ ବାହାଦୂରୀ ମାରୁଛି ଆମେ ଧରିଛୁ।


ଏବେ ଆହୁରି ଏକ ବଡ କଥା ସାମ୍ନାକୁ ଆସିଲାଣି ଏହି ସ୍କାମ୍ ବାବଦରେ ପୂର୍ବରୁ ମାର୍ଚ୍ଚ ମାସରୁ ଓଡ଼ିଶା ସରକାର ଏବଂ ଓଡ଼ିଶା ପୁଲିସ୍ କୁ ଜଣାଥିବା ପରେ ପୁଣି ଆଉଥରେ ରିପିଟ ହେଲା କିପରି?ଏଥି ନିମନ୍ତେ ସମସ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ ଠାରୁ ଆରମ୍ଭ କରି ପୁଲିସ୍ ବିଭାଗର ମୁଖିଆ ଏବଂ କ୍ରାଇମବ୍ରାଞ୍ଚ ର ମୁଖିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ବୈଠକ ହେବା ସତ୍ବେ ପୁଣି କିପରି ଏମିତି ହେଲା ତାହା ମଧ୍ୟ ପ୍ରଶ୍ନ ଛିଡା କଲାଣି।କାରଣ ପ୍ରଥମେ ଯେଉଁ ରିଚ୍ ମାଇଣ୍ଡ ନାମକ ସଂସ୍ଥା କୁ ଦିଆଯାଇଥିଲା ମାର୍ଚ୍ଚ ମାସର ଘୋଟାଲା ପରେ ରିଚ୍ ମାଇଣ୍ଡ ହଟା ଯାଇ ସିଲିକନ୍ ଟେକ୍ ଲ୍ୟାବ କୁ ଦିଆଯାଇଥିଲା।ଯଦି ଏହା ସାମ୍ନାକୁ ଆସୁଛି ତେବେ ଉଭୟ ସଂସ୍ଥାର ମାଲିକ କିଏ ଏବଂ ଏମାନଙ୍କର ଏହି ସ୍କାମ ରେ ଭୂମିକା କଣ ପୋଲିସ କୁ ସବୁ ଜଣା ଆଜ୍ଞା।ଯଦି ବାସ୍ତବରେ ଏହା ହେଉଛି ଓଡ଼ିଶା ପୁଲିସ୍ ର ସଫଳତା ତେବେ ମାତ୍ର ଦୁଇଜଣ ଦଲାଲ ଙ୍କୁ ଧରି ଦେଇ କାହିଁକି ଚୁପ୍ ବସିଛି ଓଡ଼ିଶା ପୁଲିସ୍।ମାଷ୍ଟର ମାଇଣ୍ଡ ଙ୍କୁ କାହିଁକି ଧରୁନାହିଁ ଓଡ଼ିଶା ପୁଲିସ୍।ଏହି ସ୍କାମ ରେ କୌଣସି ଅଧିକାରୀ ସାମିଲ ଅଛନ୍ତି କି ନାହିଁ ତାହା କାହିଁକି ତଦନ୍ତ କରୁନାହିଁ ଓଡ଼ିଶା ପୁଲିସ୍।କାହିଁକି ଗୃହ ବିଭାଗ ଅଧିକାରୀ ଚୁପ୍ ବସିଛି।ମୋହନ ମାଝି ଙ୍କ ଉପରେ ବା ଓଡ଼ିଶା ପୁଲିସ୍ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଗଲାଣି।କେଉଁ ଦୁର୍ବଳତା ପାଇଁ OPRB ଅଧକ୍ଷ,ଗୃହ ବିଭାଗ ସେକ୍ରେଟାରୀ ଏବଂ ପୁଲିସ୍ ମୁଖିଆଙ୍କୁ ଓଡ଼ିଶା ସରକାର ଏତେ ମହଲତ ଦେଉଛନ୍ତି ତାହା ସନ୍ଦେହ ସୃଷ୍ଟି କଲାଣି।

ଏହା ପ୍ରଥମ ଘଟଣା ନୁହେଁ ୨୦୨୫ ଆରମ୍ଭରୁ ଏ ପର୍ଯ୍ୟନ୍ତ ଚାରୋଟି ବଡ ବଡ ପରୀକ୍ଷା ସ୍କାମ ସାମ୍ନାକୁ ଆସିବା ପରେ ଶେଷ ମୁହୂର୍ତ୍ତରେ ପରୀକ୍ଷା ବାତିଲ କରାଯାଇ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହିତ ଖେଳ କରାଯାଉଛି।ଏହି ସବୁ କିଛି ବିଜେପି ସରକାରର ଅମଳରେ ହେଉଥିବା ବେଳେ କେହି ଏହାର ଉତ୍ତରଦାୟିତ୍ୱ ନେବାକୁ ରାଜି ନୁହନ୍ତି କି ମୂଖ୍ୟମନ୍ତ୍ରୀ ମୋହନ ମାଝି କାହା ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସମର୍ଥ ହେଉ ନାହାଁନ୍ତି।ନିଜର ସର୍ବସ୍ବ ବିନିମୟରେ ସରକାରୀ ଚାକିରି ଖଣ୍ଡିଏ ପାଇବା ପାଇଁ ଯେଉଁମାନେ ଲାଗି ପଡୁଛନ୍ତି ଏମିତି ଘୋଟାଲା ହେବାପରେ ସେମାନଙ୍କର ମାନସିକ ସ୍ଥିତି ଯେ କଣ ହେଉଥିବ ତାହା ସହଜେ ଅନୁମେୟ।ମୋହନ ମାଝି ହୃଦୟର ସହ ଏହି ଘଟଣାକୁ ବିଚାର କରିବା ଦରକାର।ପୋଲିସ ବିଭାଗର ଏହି ଘୋଟାଲା ଦର୍ଶାଉଛି ଯେଉଁମାନେ ପ୍ରଥମରୁ ଟଙ୍କା ଦେଇ ଚାକିରୀ କରୁଛନ୍ତି ତେବେ ସେମାନେ ଚାକିରି ପାଇବା ପରେ ସାଧାରଣ ଜନତା ଙ୍କୁ କିଭଳି ଭାବେ କୁଟିବେ। ଆହୁରି ଦୁର୍ଭାଗ୍ୟ କଥା ଓଡ଼ିଶା କଂଗ୍ରେସ୍ ପାଇଁ ଏହା ଏକ ପ୍ରସଙ୍ଗ ନୁହେଁ।ଏପର୍ଯ୍ୟନ୍ତ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲାନାହିଁ ଦଳ। ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଏହି ବାବଦରେ ଆତ୍ମ ଚିନ୍ତନ କରିବା ଆବଶ୍ୟକ।କାରଣ ଯୁବ ସମାଜର ହିତରେ କଂଗ୍ରେସ ଆଗକୁ ନଆସିଲେ ରାଜ୍ୟରେ କଂଗ୍ରେସ ଯେ ଆଗକୁ ବଢ଼ି ପାରିବ ଏହା ଭାବିବା ଦିନରେ ସ୍ଵପ୍ନ ଦେଖିବା ପରି ମନେ ହୁଏ।

Related Posts