ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତମାମ ରାଜ୍ୟ ସହିତ ରାଜ୍ୟ ସରକାରଙ୍କୁ ବ୍ୟାଥିତ କରିଛି ପୁଲିସ୍ SI ନିଯୁକ୍ତି ସ୍କାମ। ଏହି ସ୍କାମ ତାଳୁରୁ ତଳିପା ପର୍ଯ୍ୟନ୍ତ ଏଭଳି ବ୍ୟାପିଛି ଆପଣ ଯେତେ ଖୋଳୁଥିବା ସେତେ ନୂଆ ନୂଆ ଖିଅ ସାମ୍ନାକୁ ଆସୁଥିବ।ରାଜ୍ୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଭରପୁର ପ୍ରୟାସ କରାଯାଉଛି ଯେ କିପରି ଏହି ଘଟଣା ଆଉ ଆଗକୁ ନବଢୁ ବା ଏଥିରେ ପୂର୍ଣ୍ଣ ଛେଦ ପଡୁ।ଏପର୍ଯ୍ୟନ୍ତ ଯାହା ସବୁ ଖୁଲାସା ହୋଇଛି ଏବଂ ପ୍ରଶାସନର କାର୍ଯ୍ୟ ଶୈଳୀ କୁ ଯଦି ଆପଣ ଅନୁଧ୍ୟାନ କରିବେ ତେବେ ଗୋଟିଏ କଥା ସ୍ପଷ୍ଟ ବାରି ହୋଇପଡୁଛି ଏହି ଘଟଣାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଖୁଲାଶା କରିବା ବଦଳରେ ତମାମ ଶାସନ କଳ ଲାଗି ପଡ଼ିଛି କେମିତି ଶାସନ ମୁଖିଆଙ୍କ ବା ମୁଖ୍ୟମନ୍ତ୍ରୀଙ୍କ ଉପରେ କେମିତି ଏହାର ଛିଟା ନପଡୁ।
ଏବେ ଆମେ ସତ୍ୟପାଠରେ ଯେଉଁ ଖୁଲାସା କରୁଛୁ ବାସ୍ତବରେ ଏହା ରାଜ୍ୟ ପୋଲିସ ପ୍ରଶାସନର ଅସଲ ଚରିତ୍ରକୁ ଦର୍ଶାଉଛି ଅର୍ଥାତ୍ ପୋଲିସ ପ୍ରଶାସନ କାହିଁକି ଏହି ଘଟଣାକୁ ଫାଇଲ୍ ତଳେ ଚାପି ଦେବାକୁ ଚେଷ୍ଟା ଚଳାଇଛି।କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ୍ ପରେ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ବସିଲା।କଥା ହେଉଛି ଏହିସବୁ ତମାମ ବୈଠକର କାରଣ କଣ?ବାସ୍ତବରେ ସ୍କାମ ର ପୁରା ମୂଳକୁ ଯିବାପାଇଁ ନା ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଏହିସବୁ ବୈଠକ କରାଯାଉଛି ତାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଲାଣି।ଲାଗୁଛି କି ଯେମିତି ପୁରା ପ୍ରଶାସନ ଲାଗିପଡିଛି ଯେମିତି ଟିକିଏ ବି ଆଞ୍ଚ ପୋଲିସ ପ୍ରଶାସନ ଉପରକୁ ନଆସୁ।
ଏବେ ଆସିବା କ୍ରାଇମବ୍ରାଞ୍ଚ ପ୍ରେସ ବିଜ୍ଞପ୍ତି ପ୍ରସଙ୍ଗକୁ। କାହିଁକିନା ଏହି ପ୍ରେସ ବିଜ୍ଞପ୍ତି ଭିତରେ ହିଁ ଲୁଚିକି ରହିଛି ପୁଲିସ୍ କରିଥିବା ଚଞ୍ଚକତା।କ୍ରାମିମ୍ ବ୍ରାଞ୍ଚ ସବୁଠୁ ବଡ ଅଭିଯୁକ୍ତ କୁ ଧରିଥିବା କହିକି କ୍ରାଇମବ୍ରାଞ୍ଚ ଯେଉଁ ଡିଣ୍ଡଡିଣ୍ଡିମା ପିଟୁଛି ବାସ୍ତବରେ ତାହାରି ଭିତରେ ହିଁ ଅସଲ ଖେଳ ରହିଛି।ପ୍ରେସ ବିଜ୍ଞପ୍ତିରେ ରହିଛି ଯେ ଏହି ସ୍କାମ ପାଇଁ ଗୋଟେ ସିଣ୍ଡିକେଟ କାମ କରୁଥିଲା।ତମାମ ସିଣ୍ଡିକେଟ ମୁଖିଆଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୨୯ ବର୍ଷୀୟ ଯୁବକ ବାରଙ୍ଗ ଅଞ୍ଚଳର ବିଦ୍ୟାଧରପୁର ଗ୍ରାମର ବିଶ୍ବରଂଜନ ବେହେରାଙ୍କୁ ଆମେ ବାନ୍ଧୁଛି।କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ୍ ଅନୁସାରେ ଏହି ବିଶ୍ବରଂଜନ ହିଁ ସେହି ବ୍ୟକ୍ତି ଯିଏକି ପରୀକ୍ଷାର୍ଥୀ ମାନଙ୍କୁ ଏକଜୁଟ କରାଇ ସମସ୍ତଙ୍କ ନିକଟରୁ ସାର୍ଟିଫିକେଟ ଓ ଟଙ୍କା ନେଇଥିଲା ଏବଂ ଏହା ଦ୍ବାରା ହିଁ ସବୁକାମ ହେଉଥିଲା।କ୍ରାଇମବ୍ରାଞ୍ଚ ଏହି କ୍ରାଇମ୍ ସିଣ୍ଡିକେଟର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅଂଶ ଧରିଛି ବୋଲି ବାହାସ୍ପୋଟ ମାରୁଛି ତେବେ ଏବେ କଥା ଉଠୁଛି ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରେସ ରିଲିଜ୍ ଭିତରେ ଯେଉଁ ତଥ୍ୟ ଲୁଚେଇ ଏହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ।ପ୍ରସଙ୍ଗ ହେଉଛି ଏ ବିଶ୍ବରଂଜନ ବେହେରା କିଏ? ଇଏ ବାସ୍ତବରେ କରନ୍ତି କଣ?
ବିଶ୍ବରଂଜନ ବେହେରା କିଏ?
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ,ବିଶ୍ବରଂଜନ ହେଉଛନ୍ତି ଓଡ଼ିଶା ପୋଲିସର ସ୍ପେସିଆଲ୍ ସିକ୍ୟୁରିଟ ବାଟାଲିୟନର ଜଣେ ସୁରକ୍ଷାକର୍ମୀ ଅର୍ଥାତ୍ ଓଡ଼ିଶା ପୁଲିସ୍ ର ଜଣେ କର୍ମଚାରୀ ବା ପଦାଧିକାରୀ।ଏବେ କଥା ହେଉଛି ଯଦି ସତ୍ୟପାଠର ତଥ୍ ଭୁଲ୍ ଅଛି ତେବେ କ୍ରାଇମବ୍ରାଞ୍ଚ ଲିଖିତ ଭାବେ ଖଣ୍ଡନ କରୁ ସତ୍ୟପାଠ ନିଶ୍ଚିନ୍ତ କ୍ଷମାପ୍ରାର୍ଥନା କରି ସଂଶୋଧନ କରିବ।ଜଣେ ହାଇ ପ୍ରୋଫାଇଲ୍ ଅଭିଯୁକ୍ତଙ୍କ ବିଷୟରେ କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ୍ କରୁଛି କିନ୍ତୁ ସେ କରନ୍ତି କଣ ତାଙ୍କ ବିଷୟରେ କାହିଁକି ଧାଡ଼ିଟିଏ ମଧ୍ୟ ଉଲ୍ଲେଖ କରିଲା ନାହିଁ କ୍ରାଇମବ୍ରାଞ୍ଚ? ବାସ୍ତବରେ ବିଶ୍ବରଂଜନ କଣ କରନ୍ତି ତାଙ୍କର ପ୍ରଫେଶନ ଲୁଚାଇବା ପଛରେ କାରଣ କଣ?ପ୍ରଶାସନରେ କାହାକୁ ବଞ୍ଚାଇବା ପାଇଁ କ୍ରାଇମବ୍ରାଞ୍ଚ ବିଶ୍ବରଂଜନର ପରିଚୟ ଚାପିଦେଲା? ବିଶ୍ୱରଂଜନର ପ୍ରଫେସନ୍ ଲୁଚାଇବା ହିଁ ଦର୍ଶାଉଛି କୌଣସି ଦୁର୍ବଳତାକୁ ପଦାକୁ ନଆଣିବା ପାଇଁ ସେହି ତଥ୍ୟକୁ ହିଁ ଲୁଚାଯାଏ ଅର୍ଥାତ୍ କ୍ରାଇମବ୍ରାଞ୍ଚ କାହା ଅପରାଧକୁ ଲୁଚାଇବାକୁ ଯାଇ ବିଶ୍ୱରଂଜନର ପ୍ରଫେସନ୍ ଲୁଚାଇଛି।
ବର୍ତ୍ତମାନ ପୋଲିସ୍ ଏହି ସ୍କାମରେ ନିଜେ ସନ୍ଦେହର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ନିଜେ କେମିତି ନିଜର ତଦନ୍ତ କରୁଛି ତାହା ଆଶ୍ଚର୍ଯ୍ୟ ଚକିତ କରୁଛି।ଯେତେବେଳେ ଓଡ଼ିଶା ପୁଲିସ୍ ବିଭାଗର ନିଯୁକ୍ତି ପାଇଁ ସ୍କାମ ହୋଇଛି ସେତିକିବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚ କିଭଳି ଏହାର ତଦନ୍ତ କରୁଛି ଏବଂ ଏହାର ନିର୍ଯ୍ୟାଶା କଣ ଆସିବ ଏହା ବିଲକୁଲ ଗ୍ରହଣ ଯୋଗ୍ୟ ହୋଇପାରୁନି ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚ ମୁଖ୍ୟ ବିନିତୋଷ ବାବୁ,OPRB ମୁଖ୍ୟ ସୁଶାନ୍ତ ନାଥ ବାବୁ ଏବଂ ଓଡ଼ିଶା ପୁଲିସ୍ ମୁଖ୍ୟ ଖୁରାନିଆ ବାବୁ ଏମାନେ ମଧ୍ୟ ଏବେ ସନ୍ଦେହରୁ ଉର୍ଦ୍ଧରେ ନୁହଁନ୍ତି।ଏହି ପୁରାଘଟାଣକୁ ଚପା ଯିବାର ପ୍ରୟାସ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ମଧ୍ୟ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ମଧ୍ୟ ପ୍ରଶ୍ନ ଆସିଲାଣି।ଯେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏତେ ଯତ୍ନବାନ ହେଉଛି ଜଣେ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ?ମୂଖ୍ୟମନ୍ତ୍ରୀ ଙ୍କୁ ଫସାଇବା ପାଇଁ ନା ବଞ୍ଚାଇବା ପାଇଁ?ସତ୍ୟପାଠରେ ବିଗତ ଦିନରେ ବିଶ୍ବରଂଜନ ବେହେରାଙ୍କୁ ଅଟକ ରଖିବା ନେଇ ଆମେ ଖବର କରିଥିଲୁ ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସୁରକ୍ଷାକର୍ମୀ କିଏ ଯାହାକୁ କ୍ରାଇମବ୍ରାଞ୍ଚ ଅଟକ ରଖିଛି।ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିବା ଆବଶ୍ୟକ ଯେ ବିଶ୍ବରଂଜନ କୁ ଏମାନେ କେବେ ଠାରୁ ଅଟକ ରଖିଥିଲେ ଏବଂ କେବେ ଗିରଫ କଲେ?
ଏବେ ଏ ପୁରା ଘଟଣା ଓଡ଼ିଶା ପୁଲିସ୍ ର ଅସଲ ମୁଖା ଖୋଲି ଦେଇଥିବା ବେଳେ ଏହା ସହିତ ଆହୁରି ଅନେକ ବଡ ବଡ ତଥ୍ୟ ରହିଛି ଯାହାକୁ ଆଗାମୀ ଦିନରେ ଆମେ ସତ୍ୟପାଠରେ ମହା ଖୁଲାସା କରିବୁ। ଯଦି ଏହି ସ୍କାମ କ୍ରାଇମ୍ ସିଣ୍ଡିକେଟ ଦ୍ଵାରା ସଙ୍ଗଠିତ ହୋଇଛି ତେବେ କେବଳ ବିଶ୍ବରଂଜନ ଗିରଫ କାହିଁକି ଏଥିରେ ସଂପୃକ୍ତ ଅନ୍ୟ ବଡ ବଡ ମୁଣ୍ଡ ଗଲେ କୁଆଡେ?ଏପର୍ଯ୍ୟନ୍ତ ସେମାନଙ୍କୁ ସାମ୍ନାକୁ କାହିଁକି ଅଣାଯାଉନାହିଁ?ତେବେ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ୍ ବର୍ତ୍ତମାନ ସ୍ପଷ୍ଟ କରୁ ବିଶ୍ବରଂଜନ ବେହେରା ପୋଲିସ ବିଭାଗର କର୍ମଚାରୀ ଵା ସୁରକ୍ଷାକର୍ମୀ କି ନୁହେଁ ଆଉ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳରେ ତାଙ୍କୁ ନିୟୋଜିତ କରାଯାଇଥିଲା କି ନାହିଁ?ଏକଥା ସ୍ପଷ୍ଟ ନହେଲେ ସାଧାରଣ ଜନତା ସନ୍ଧେହା ଆହୁରି ଦୃଢୀଭୂତ ହୋଇଯିବ।





