ମହିଳାଙ୍କ ଉପରେ ରାଗିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପୁଣି ନିଜ କ୍ରୋଧକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ନିଜ ପୁଅ ବିରୋଧରେ ଅଭିଯୋଗ ନେଇ ଆସିଥିବା ଜଣେ ମହିଳାଙ୍କ ଉପରେ ଏତେ ଜୋରରେ ରାଗିଗଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ମାଇକ୍‌ ଛଡାଇ ଆଥିଲେ । ମହିଳାଙ୍କ ନିକଟରୁ ମାଇକ୍‌ ଛଡାଇବା ବେଳେ ତାଙ୍କ ଓଢ଼ଣୀ ବି ଟାଣି ହୋଇଯାଇଥିଲା ।

ଏହାପରେ ସିଦ୍ଧରମୈୟା ସେ ମହିଳାଙ୍କୁ ବସିବା ନେଇ ବଡ଼ ପାଟି କରି ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ତେବେ ମହିଳା ଜଣକ କହିଛନ୍ତି, ସିଦ୍ଧରମୈୟା ତାଙ୍କୁ ଖୁବ୍‌ ସାହାଯ୍ୟ କରିଛନ୍ତି, ତେଣୁ ସେ ଯଦି ତାଙ୍କୁ ଚାପୁଡ଼ା ମାରିଥାନ୍ତେ ତାହେଲେ ସେ କିଛି ବି ଭାବି ନଥାନ୍ତେ । ଏହା ସହ ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ସେ ଅନୁରୋଧ କରିଛନ୍ତି ।

Related Posts