ସିମ କାର୍ଡ ଜାଲିଆତି ମାମଲା; ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିମ କାର୍ଡ ଜାଲିଆତି ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତା ୪ ତାରିଖ ଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଆସିବା ନେଇ ଜଣାପଡ଼ିଛି । ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ କରିଥିଲେ ଏହି ଅଭିଯୁକ୍ତମାନେ । ସିମ୍ ଜାଲିଆତି ଘଟଣାରେ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ହୋଇଥିଲା ହ୍ବାଟସଆପ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ ଈଝଘଖ ନମ୍ବରକୁ ବ୍ୟବହାର କରିଥିଲେ ଠକ। ସେପଟେ ରବିବାର ଦିନ କ୍ରାଇମବ୍ରାଞ୍ଚ ସିମ୍ ଜାଲିଆତି କାର୍ବାର ନେଇ ଏକ ରାକେଟ୍କୁ ଠାବ କରିଥିଲା ।

ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ ।ବାଚସ୍ପତିଙ୍କ ନାଁରେ ତିଆରି କରିଥିଲେ ଜାଲ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ ଦୃବୁର୍ତ୍ତ । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରିବ କ୍ରାଇମ୍ବ୍ରାଞ୍ଚ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts