ଆନ୍ନା (5T) ଦେଖ୍, ତେରା ମୁଣ୍ଡା ବିଗିଡା ଯାଏ : ସ୍ମାର୍ଟ ସ୍କୁଲ୍ ର ସ୍ମାର୍ଟ ଟିଭି ରେ ଏବେ ପୁଷ୍ପା ଆଉ ଗୁଆ ଘିଅ

ସତ୍ୟପାଠ, ବ୍ୟୁରୋ ୦୨/୦୫: ଚୁଲି କୁ ଗଲାଣି ରାଜ୍ୟ ସରକାର ଙ୍କ ସ୍ମାର୍ଟ ସ୍କୁଲ ଭିଜନ୍। ସ୍ମାର୍ଟ ସ୍କୁଲରେ ଏବେ ସ୍ମାର୍ଟ ଏଣ୍ଟରଟେନମେଣ୍ଟ ର ପାଳି। ସ୍ମାର୍ଟ ସ୍କୁଲ ର ସ୍ମାର୍ଟ ଟିଭିରେ ଫିଲ୍ମ ପୁସ୍ପା ଓ ଗୁଆ ଘିଅ ଗିତରେ ମତୁଆଲା ହେଉଛନ୍ତି ଛାତ୍ର । କ୍ଲାସ ରୁମ୍ ପରିସରରେ ଛାତ୍ର ଛାତ୍ରୀ ୟୁଟୁବ ର ଗିତରେ ମସ୍ତି କରୁଥିବା ର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାରେ ଲାଗିଛି।

ସରକାରୀ ସ୍କୁଲରେ ପିଲାଙ୍କୁ ଘରୋଇ ଶିକ୍ଷାନୁଷ୍ଠାନ ଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷରେ ଓଡିଶା ରୁ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲା ରୁ ଫାଇଲଟ ପ୍ରୋଜେକ୍ଟ ଭାବେ ସ୍କୁଲ ଫର୍ମେସନ ର ପରିକଳ୍ପନା କରିଥିଲେ ସରକାର ଙ୍କ 5ଟି ବିଭାଗ । ଜିଲ୍ଲା ର ବଛା ବଛା ଅନେକ ସ୍କୁଲ ରେ ସ୍ମାର୍ଟ ବୋର୍ଡ ଖଞ୍ଜା ଯିବା ସହ ପରିବେଶ କୁ ଚକା ଚକ କରାଗଲା। ହେଲେ ପରିଚାଳନା ଗତ ତୃଟି ଯୋଗୁଁ ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଶେରଗଡ ବ୍ଳକ୍ ବରମୁଣ୍ଡଳି ସ୍କୁଲ ରେ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କ ଅନୁପସ୍ଥିତ ରେ ଏଭଳି ମସ୍ତିରେ ମଜଗୁଲ୍ ରହୁଥିବା ଦେଖିବାକୁ ମିଳିଛି। ତେବେ ପିଲା ମାନଙ୍କ ଏଭଳି ଭିଡିଓ କୁ କିଏ,କାହିଁକି କେଉଁ ପରିସ୍ଥିତିରେ ଉତ୍କଳନ କରି ସାମାଜିକ ଗଣମାଧ୍ୟମ ରେ ଭାଇରାଲ କଲା ତାହା ମଧ୍ୟ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି।

Related Posts