ସଂଖ୍ୟାଲଘୁ ବ୍ୟାପାର ବିଭାଗ ସମ୍ଭଳିଲେ ସ୍ମୃତି ଇରାନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଗତକାଲି ସଂଖ୍ୟାଲଘୁ ବ୍ୟାପାର ବିଭାଗ ର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ମନ୍ତ୍ରଣାଳୟ ମୂକ୍ତାର ଆବାସ ନାକବି ଙ୍କ ନିକଟ ରେ ଥିଲା ସେ ଏହି ପଦରୁ ଇସ୍ତଫା ଦେବା ପରେ ସ୍ମୃତି ଇରାନୀ ଙ୍କୁ ଏହି ବିଭାଗ ର ଅତିରିକ୍ତ ଦାଇତ୍ୱ ମିଳିଥିଲା । ସେ ଗତକାଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପହଞ୍ଚି ବିଭାଗ ର ଦାୟିତ୍ବ ଗ୍ରହଣ କରିଛନ୍ତି । ଏନେଇ ସେ ନିଜ ଟୁଇଟର ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।


ଉତ୍ତର ପ୍ରଦେଶ ର ଆମେଠି ରୁ ସାଂସଦ ଥିବା ସ୍ମୃତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଧ୍ୟ ଅଛନ୍ତି। ସେ ୨୦୧୯ ସାଧାରଣ ନିର୍ବାଚନ ରେ ଉତ୍ତରପ୍ରଦେଶ ର ଆମେଠି ରେ ତତ୍କାଳୀନ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଙ୍କୁ ପରାସ୍ତ କରି ଲୋକସଭା କୁ ନିର୍ବାଚିତ ହୋଇଥିଲେ।

Related Posts