କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ସତ୍ୟପାଠ ବ୍ୟୁରୋ : ବହୁଚର୍ଚ୍ଚିତ ଜାମ୍ମୁ-କାଶ୍ମୀର କଠୁଆ ନାବାଳିକା ଗଣଦୁଷ୍କର୍ମ ମାମଲାର ଫଇସଲା ଶୁଣାଣୀ ହୋଇଛି । ୭ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସାଂଜିରାମ ସହିତ ଅନ୍ୟ ପାଂଚ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପଠାନକୋର୍ଟ ଅଦାଲତ । ଜଣେ ନାବାଳକ ମଧ୍ୟ ଅଛି । ଏମାନଙ୍କୁ ଫାଶୀ କିମ୍ବା ଆଜୀବନ କାରାଦଣ୍ଡ ମିଳିପାରେ ବୋଲି ସରକାରୀ ଓକିଲ କହିଛନ୍ତି ।

ଜୁନ ୩ ତାରିଖରେ ଏକ ବନ୍ଦ କୋଠରୀରେ ଏହି ମାମଲାର ଶୁଣାଣୀ ହୋଇଥିଲା । ଜୁନ ୧୦ରେ ଏହାର ଫଇସଳା ଶୁଣାଣୀ ହେବ ବୋଲି ସୂଚନା ଦିଆଯାଇଥିଲା । ଆଜି ଶୁଣାଣୀ ପୂର୍ବରୁ ଅଦାଲତ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଗତବର୍ଷ ଜାନୁଆରୀ ୧୦ ତାରିଖରେ ୮ବର୍ଷିୟା ନାବାଳିକାକୁ ଅପହରଣ କରାଯାଇଥିଲା । ନାବାଳିକାକୁ ଏକ ମନ୍ଦିର ନିକଟକୁ ନେଇ ଅତି ଅମାନୁଷିକ ଭାବରେ ଦୁଷ୍କର୍ମ କରାଯାଇ ୪ ଦିନ ଯାଏ ଅଚେତ ଅବସ୍ଥା ରଖି ହତ୍ୟା କରାଯାଇଥିଲା ।

Related Posts