ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ବାଜି ମାରିବା ପରେ ଜଣେ ପରେ ଜଣେ କଂଗ୍ରେସ ନେତା ଆପରେ ମିଶିବାରେ ଲାଗିଛନ୍ତି । ଏହା ମଧ୍ୟରେ ସିଦ୍ଧୁ କ୍ୟାମ୍ପର ଆଉ ଚାରି ଜଣ କାଉନସିଲର ଆମ ଆଦମି ପାଟିଁରେ ମିଶିଥିବାର ଖବର ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ସିଦ୍ଧୁ ଅମୃତସର ପୂର୍ବାଞ୍ଚଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଆପ ପ୍ରାର୍ଥୀ ଜୀୱାନ୍ ଜ୍ୟୋତ କୌରଙ୍କୁ ହରାଇଥିଲେ। ଅନ୍ୟପଟେ ଚାରିଜଣ କଂଗ୍ରେସ କାଉନସିଲରଙ୍କ ବ୍ୟତୀତ ଭାରତୀୟ ଜନତା ପାର୍ଟିର ଜଣେ କାଉନସିଲର ଏବଂ ଶିରୋମଣି ଅକାଲୀ ଦଳର ଜଣେ କାଉନସିଲର ମଧ୍ୟ ଆପରେ ଯୋଗ ଦେଇଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ଅମୃତସର ମେୟର କରମଜିତ ସିଂ ରିଣ୍ଟୁ କଂଗ୍ରେସରୁ ଆପକୁ ଯାଇଥିଲେ ଏବଂ ଅମୃତସର ନାଗରିକ ସଂଗଠନର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଏପର‌୍ୟ୍ୟନ୍ତ ରିଣ୍ଟୁ ୮୫ ଜଣଙ୍କ ଘରେ ୩୦ ଜଣ କାଉନସିଲରଙ୍କ ସମର୍ଥନ ଦାବି କରିଛନ୍ତି ଏବଂ ବିରୋଧୀ ଦଳର ବହୁ କାଉନସିଲର ଆଗାମୀ ଦିନରେ ଦଳରେ ଯୋଗଦେବେ ବୋଲି ଦାବି କରିଛନ୍ତି। ତେବେ ମନ୍ଦିପ କୌର, ଡାଲବୀର କୌର, ପରମିନ୍ଦର କୌର ଏବଂ ରବିନ୍ଦର ସାଇନି ଆପରେ ଯୋଗ ଦେଇଛନ୍ତି ।