160 ବର୍ଷର ସ୍ବାଧୀନତା ସଂଗ୍ରାମୀଙ୍କ କଙ୍କାଳ ଉଦ୍ଧାର !

ଚଣ୍ଡିଗଡ଼: ପଞ୍ଜାବର ଅଜନାଲା ସହରର ଏକ ପୁରୁଣା କୂପରୁ ଏକାଧିକ ପ୍ରାଚୀନ କଙ୍କାଳ ଉଦ୍ଧାର ହୋଇଥିବା କଙ୍କାଳର ଆଉସନ୍ଧାନ ରିପୋର୍ଟ ସାମ୍ନାକୁ ଆସିଛି | ସମସ୍ତ କଙ୍କାଳ 160 ବର୍ଷର ମଣିଷ କଙ୍କାଳ ବୋଲି ଜଣା ପଡିଛି | କଙ୍କାଳଗୁଡ଼ିକ ଦେଶ ସ୍ବାଧିନତା ବେଳେ ପ୍ରାଣ ହରାଇଥିବା ପୁରୁଷ ସ୍ବାଧିନତା ସଂଗ୍ରାମୀଙ୍କ ହୋଇଥିବା ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, 2014ରେ କଙ୍କାଳ ଗୁଡ଼ିକର ଉଦ୍ଧାର ପରେ ପରୀକ୍ଷା ନିରୀକ୍ଷା ଚାଲିଥିଲା । ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଉଦ୍ଧାର ହୋଇଥିବା 160 ବର୍ଷର ପୁରୁଣା କଙ୍କାଳ ଗୁଡ଼ିକ ସ୍ବାଧିନତା ସଂଗ୍ରାମୀଙ୍କର। ଏମାନେ 1857 ମସିହାରେ ସ୍ବାଧିନତା ଯୁଦ୍ଧ ବେଳେ ବ୍ରିଟିଶର୍ସଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ମାତ୍ର କେତେକ ଐତିହାସିକଙ୍କ ମତ ଅନୁଯାୟୀ 1947 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ନିହତ ହରାଇଥିବା ସଂଗ୍ରାମୀଙ୍କର କଙ୍କାଳ ଅଟେ । ଗଙ୍ଗାର ସମତଳ ଅଞ୍ଚଳରୁ ମିଳିଥିବା କଙ୍କାଳଗୁଡ଼ିକ ଉତ୍ତରପ୍ରଦେଶ ଏବଂ ଓଡ଼ିଶା ସ୍ବାଧିନତା ସଂଗ୍ରାମୀଙ୍କ ହୋଇଥିବା କୁହାଯାଇଛି । General Frontiers in Geneticsରେ ପ୍ରକାଶିତ ସର୍ବଶେଷ ଅଧ୍ୟୟନରୁ ଏହି ସତ୍ୟତା ସାମ୍ନାକୁ ଆସିଛି । କିନ୍ତୁ ସଠିକ ପ୍ରମାଣ ନଥିବାରୁ ବାସ୍ତବରେ ସଂଗ୍ରାମୀମାନେ କେଉଁ ସ୍ଥାନର ତାହା ଜାଣିବା ସମ୍ଭବ ହୋଇପାରିନାହିଁ । ବାରାଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟର ଜୁଲୋଜି ବିଭାଗର ପ୍ରଫେସର କହିଛନ୍ତି “ଏହା ଭାରତର ପ୍ରଥମ ସ୍ବାଧିନତା ସଂଗ୍ରାମର ମୁଖ୍ୟ ସଂଗ୍ରାମୀଙ୍କ ଇତିହାସର ଏକ ମହତ୍ବପୂର୍ଣ୍ଣ ଅଧ୍ୟାୟ’। ଅନୁସନ୍ଧାନକାରୀମାନେ ଡିଏନଏ ପରୀକ୍ଷା ପାଇଁ 50 ନମୁନା ଓ ଆଇସୋଟୋପ ପରୀକ୍ଷା ପାଇଁ 85 ନମୁନାର ବ୍ୟବହାର କରିଥିଲେ।

ଅନୁସନ୍ଧାନର ଏହି ରିପୋର୍ଟ ୧୬୦ ବର୍ଷ ପୁରୁଣା କଙ୍କାଳର ବୋଲି ଜଣାପଡିଛି |

Related Posts