ମଦ ବୋତଲରୁ ତିଆରି ହେବ ଚୁଡ଼ି : ଗ୍ରାମୀଣ ଲୋକଙ୍କୁ ଜୀବିକା ଯୋଗାଇବେ ବିହାର ସରକାର

ପାଟନା : ମଦ ବୋତଲରୁ ଚୁଡ଼ି ତିଆରି କରିବ ବିହାର । ୨୦୧୬ ଏପ୍ରିଲ ୫ ତାରିଖରୁ ମଦକୁ ନିଷିଦ୍ଧ କରାଯାଇଥିବା ବେଳେ, ତା’ ସ‌ତ୍ତ୍ବେ ପ୍ରତିମାସରେ ଲକ୍ଷ ଲକ୍ଷ ବେଆଇନ ମଦ ବୋତଲ ଜବତ ହେଉଛି। ଜବତ ମଦ ବୋତଲରୁ ଚୁଡ଼ି ତିଆରି କରି ଗ୍ରାମୀଣ ଲୋକଙ୍କୁ ଜୀବିକା ଯୋଗାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଜବତ ବୋତଲଗୁଡ଼ିକୁ ଜେସିବି ମେସିନ ସାହାଯ୍ୟରେ ଭଙ୍ଗାଯାଇ ତାହାକୁ ଅଳିଆ ଭାବେ ଗଣାଯାଉଥିଲା। ବିହାର ଅବକାରୀ କମିସନର ବି କାର୍ତ୍ତିକେୟ ଧାଞ୍ଜିଙ୍କ କହିବା ଅନୁସାରେ ଏବେ ‌ଏହି ବୋତଲଗୁଡ଼ିକୁ ସରକାରଙ୍କ ‘ଜୀବିକା’ ଯୋଜନାର କର୍ମୀମାନଙ୍କୁ ଦେଇଦେବାକୁ ନିଷ୍ପତ୍ତି ନିଆଯାଇଛି। ସେମାନେ ତାଲିମ ନେଇ ଏହି କାଚରୁ ଚୁଡ଼ି ତିଆରି କରିବେ।

ଲୋକମାନଙ୍କର ଜୀବିକାର୍ଜନରେ ଏହା ସାହାଯ୍ୟ କରିବ। ଏଥିପାଇଁ ସରକାର ଏକ କୋଟି ଟଙ୍କା ମଞ୍ଜୁର କରିଛି ।

Related Posts