ମା’କୁ ପଥରରେ ଛେଚି ହତ୍ୟା କଲା ପୁଅ

ମାଲକାନଗିରି ଜିଲ୍ଲା ମୋଟୁ ଥାନା MPV-55 ଗାଁରେ ଘଟିଛି ଅଭାବନୀୟ ଘଟଣା । ମାଆକୁ ପଥରରେ ଛେଚି ହତ୍ୟା କରିଛି ମଦ୍ୟପ ପୁଅ । କେବଳ ସେତିକି ନୁହେଁ ମାଆକୁ ହତ୍ୟା କରିବା ପରେ ପୁଅର ମନ ବୁଝିନଥିଲା ଯେ, ମାଆର ମୃତଦେହକୁ ଘର ଆଗରେ ନିଆଁ ଲଗାଇ ଜାଳିଦେଇଛି ।

ପଡ଼ୋଶୀମାନେ ସେଠାରେ ପହଞ୍ଚିବା ବେଳକୁ ମାଆର ପ୍ରାଣବାୟୁ ଉଡ଼ିଯାଇଥିଲା । ଅଭିଯୁକ୍ତ ପୁଅ ତାପସ ମଣ୍ଡଳ ଏ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି । ତେବେ ପୁଅ ମଦ ନିଶାରେ ଏମିତି କାରନାମା କରିଛି କି କାରଣ ଅନ୍ୟକିଛି ସେ ନେଇ ଏବେ ତଦନ୍ତ କରୁଛି ପୋଲିସ୍‌ ।

Related Posts