‘ବେଆଇନ ଟଙ୍କା ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ’

ନିର୍ବାଚନ ପାଇଁ ପୋଲିସ୍‌ ଓ କର୍ମଚାରୀଙ୍କୁ 2 ପର୍ଯ୍ୟାୟରେ ତାଲିମ୍‌

ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ତିଲେ । ଆୟକର ଓ ଅବକାରୀ ବିଭାଗର ଅଧିକାରୀ ଓ ଗୃହ ସଚିବ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।

ଏଥିରେ ନିର୍ବାଚନୀ ଖର୍ଚ୍ଚ ପରିଚାଳନା ଓ ଆଇନଶୃଙ୍ଖଳା ବ୍ୟବସ୍ଥା, ରାଜ୍ୟର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ ସମ୍ପର୍କରେ ମଧ୍ୟ ହୋଇଛି ଆଲୋଚନା । ବୈଠକ ପରେ ଡିଜିପି ଆର୍‌.ପି. ଶର୍ମା କହିଛନ୍ତି ନିର୍ବାଚନ କମିସନଙ୍କ ଗାଇଡ ଲାଇନ ପାଳନ୍‌ କରାଯିବ । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୨ଟି ପର୍ଯ୍ୟାୟରେ ଦିଆଯିବ ତାଲିମ । ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ । ସେହିପରି ବେଆଇନ ଟଙ୍କା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Posts