ଗ୍ୟାଙ୍ଗ ରେପ୍ ଅଭିଯୁକ୍ତ ଉତ୍ତରପ୍ରଦେଶ ବିଧାୟକଙ୍କ ପୁଅ ପୁନେ ରୁ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକଙ୍କ ପୁଅକୁ ଏକ ଗ୍ୟାଙ୍ଗ ରେପ୍ ମାମଲାରେ ଗିରଫ କରିଛି ପୁଲିସ। ତେବେ ଅଭିଯୁକ୍ତ ବିଷ୍ଣୁ ମିଶ୍ର (୩୪) କୁ ପୁନେର ହାଡପସର୍ ଅଞ୍ଚଳରୁ ଗିରଫ କରିଛି ପୁଲିସ। ବିଷ୍ଣୁ ହେଉଛି ଉତ୍ତରପ୍ରଦେଶର ୪ଥର ର ବିଧାୟକ ବିଜୟ ମିଶ୍ରଙ୍କ ପୁଅ।

ତେବେ ସୂଚନା ଅନୁସାରେ ବାରଣାସୀ ର ଜଣେ ଗାୟକ ପୂର୍ବତନ ବିଧାୟକ ବିଜୟ ମିଶ୍ର ଓ ତାଙ୍କ ପୁଅଙ୍କ ସମେତ ୩ଜଣ ଙ୍କ ନାମରେ ଗ୍ୟାଙ୍ଗ ରେପ୍ ନେଇ ଅଭିଯୋଗ କରିଥିଲେ। ତେବେ ଅଗଷ୍ଟ ୨୦୨୦ ଠାରୁ ବିଷ୍ଣୁ ଏହି ମାମଲାରେ ଫେରାର ଥିଲେ ବୋଲି ପୋଲିସ କହିଛି। ସେହି ବର୍ଷ ସେପ୍ଟେମ୍ବରରେ ତାଙ୍କ ବିରୋଧରେ ଏକ ଲୁକ୍ ଆଉଟ୍ ସର୍କୁଲାର୍ ମଧ୍ୟ ଜାରି କରାଯାଇଥିଲା। ୟୁପି ପୋଲିସର ଏକ ଏସଟିଏଫ ଟିମ୍ ତାଙ୍କୁ ଖୋଜୁଥିଲେ ଏବଂ ତାଙ୍କ ବାବଦରେ ୧ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Related Posts