‌ଜୁଲାଇ ଶେଷ ସପ୍ତାହ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ହାଜର ହେବା ପାଇଁ କିଛି ସମୟ ମାଗିଥିବା ବେଳେ ଏବେ ସୋନିଆ ଗାନ୍ଧିଙ୍କ ଚିଠି ପାଇ ତାଙ୍କୁ ଆଉ କିଛି ସମୟ ଦେବା ପାଇଁ ରାଜି ହୋଇଛି ଇଡି। ଜୁଲାଇ ଶେଷ ସପ୍ତାହ ମଧ୍ୟରେ ଆସି ହାଜର ହେବାକୁ ଇଡି ସୋନିଆ ଗାନ୍ଧିଙ୍କୁୁ କହିଛି।

ବୁଧବାର ସୋନିଆ ଗାନ୍ଧି ଇଡିକୁ ଚିଠି ଲେଖି କହିଥିଲେ ଯେ କୋଭିଡ ଏବଂ ଫୁସଫୁସ ସଂକ୍ରମଣରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ହାଜର ହୋଇପାରିବେ ନାହିଁ। ଚିଠି ପାଇବା ପରେ ଏବେ ଇଡି ତାଙ୍କୁ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ସମୟ ଦେଇଛି।

ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡକାଇଥିଲେ। ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏବେ ଘରେ ବିଶ୍ରାମ ନେବାକୁ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି। ତେଣୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିଙ୍କୁ ଚିଠି ଲେଖିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ହାଜର ହେବାକୁ ତାଙ୍କୁ ଆଉ କିଛି ସପ୍ତାହ ସମୟ ଦିଆଯାଉ।

Related Posts