ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢ଼ିଲା ସୁରକ୍ଷା

ସତ୍ୟପାଠ ବ୍ୟୁରୋ : ବିମାନବନ୍ଦରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । କେନ୍ଦ୍ରରୁ ଆଲର୍ଟ ମେସେଜ୍ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ବଢ଼ିଛି । ବିମାନବନ୍ଦରରେ ଭିଜିଟର୍ସ ଏଣ୍ଟ୍ରିକୁ ବନ୍ଦ କରାଯାଇଛି । ବିମାନବନ୍ଦର ନିର୍ଦ୍ଦେଶକଙ୍କ ତରଫରୁ ଏହି ସୂଚନା ଦିଆଯାଇଛି ।

ସ୍ୱାଧିନତା ଦିବସ ଉପଲକ୍ଷେ ଏହି ନିଷ୍ପତି ନିଆଯାଇଛି । ଧାରା ୩୭୦ ଉଚ୍ଛେଦ ପରେ ଅଗଷ୍ଟ ୧୫ ଦିନ କୌଣସି ଅପ୍ରିତିକର ପରିସ୍ଥିତି କୁ ନଜରରେ ରଖି ଏଭଳି ସୁରକ୍ଷା ବ୍ୟକସ୍ଥା କଡାକଡି କରାଯାଉଛି ।

Related Posts