ସ୍ୱାଭିମାନୀ ଅଶୋକ ଦାସଙ୍କ ପୁଅ କ୍ରୀତଦାସ ନହେଉ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୨୧/୩(ସତ୍ୟପାଠ ବ୍ୟୁରୋ): 5Tକୁ ନେଇ ପୁଣି ଶାସକ ଦଳକୁ ଘେରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । 5Tକୁ ନେଇ ଆଜି ବିଧାନସଭାରେ ହୋ-ହଲ୍ଲା ପରେ ଗୃହ ବାହାରେ ଜୟନାରାୟଣ କହିଛନ୍ତି, 5Tକୁ ନେଇ ପ୍ରଶ୍ନ କରିବା ମାତ୍ରେ ଶାସକ ଦଳର ନେତା କେଉଁ ଦିଗକୁ ଏହାକୁ ନେଉଛନ୍ତି ତାହା ମୁଁ ଜାଣିପାରୁନି । ଶାସକ ଦଳର ନେତା କହୁଥିଲେ, 5T ହେଉଛି ବିଚାରଧାରା ଏବଂ ଚିନ୍ତାଧାରା । ଏବେ କହିଲେଣି 5T ହେଉଛି ସିଏମଓ । 5T ସିଏମଓ କେମିତି ହେବ? ଗୋଟେ ବିଚାରଧାରା ସିଏମଓ କେମିତି ହେବ? ମୁଖ୍ୟମନ୍ତ୍ରୀଙ୍କର ଯଦି ସେ ସଚିବ ତେବେ ସେ ସିଏମଓର କର୍ମଚାରୀ ହୋଇପାରନ୍ତି, ସିଏମଓ କେମିତି ହୋଇଯିବେ? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ନବରଙ୍ଗପୁରରେ ଶାସକ ଦଳର ବିଧାୟକ କହିଲେ ସେ କ୍ରୀତଦାସ । ଉକ୍ତ ସ୍ଥାନରେ ସେ ଦ୍ୱାରପାଳ ହୋଇଥିଲେ । ଜଣେ ବିଧାୟକ ନିଜର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ତାଙ୍କ ବାପା ଅଶୋକ ଦାସ ସ୍ୱାଭିମାନର ପ୍ରତୀକ ଥିଲେ । ସେ ଯେଉଁଭଳି ନିଜକୁ କ୍ରୀତଦାସ କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ । ବିରୋଧୀ ଦଳ କାହାର କ୍ରୀତଦାସ ନୁହେଁ, ଆମେ ଲୋକଙ୍କର ପ୍ରତିନିଧି । ଲୋକଙ୍କର କଥା ଆମେ ଉଠାଇବୁ, ତାହା ହେଲେ ଆମେ କ୍ରୀତଦାସ କେମିତି ହେବୁ । କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି । ବିଶ୍ୱରୁ ଉଠିଗଲାଣି । ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି । ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଯାହା ଅଧା ରହିଯାଇଛି । ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ ତେଣୁ ଚାଉଳର କଥା ଉଠାଇଲେ । ସେଥିପାଇଁ ବାଧା ଦିଆଗଲା ବୋଲି ସେ କହିଛନ୍ତି।

ଜୟନାରାୟଣ ଆହୁରି କହିଛନ୍ତି ରାଜ୍ୟରେ ଶାସକ ଦଳ ଚାଉଳ ଦେଉଥିଲେ ବୋଲି ପ୍ରଚାର କରୁଥିଲେ, ଏବେ ତାଙ୍କୁ ଚାଉଳ ଦେବାକୁ କିଏ ମନାକଲା । ବନ୍ୟା ବାତ୍ୟା ବେଳେ ରିଲିଫ୍ ଦିଆଯାଏ କିନ୍ତୁ ସବୁବେଳେ ଦିଆଯିବ ସେମିତି ମାନେ ନାହିଁ । କୋଭିଡ ଜନିତ ରିଲିଫ ଥିଲା ତାହା କମେଇକି ଦିଆଯାଉଛି । ଟଙ୍କିକିଆ ଚାଉଳ ଦେଉଛୁ ବୋଲି ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ ତାହା ଜାରି ରଖୁନାହାନ୍ତି କିଏ ବିରୋଧ କରୁଛି ତାଙ୍କୁ । ଏବେବି ଦିଅନ୍ତୁ ଅମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଜୟନାରାୟଣ ।

Related Posts