ଖାଲି ଷ୍ଟ୍ରୋଲରକୁ ଧାଡ଼ିରେ ରଖି ଯୁଦ୍ଧରେ ନିହତ ହୋଇଥିବା ଶିଶୁଙ୍କ ପାଇଁ ଶୋକ ପାଳନ କଲେ ୟୁକ୍ରେନବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି । ଉଭୟ ପରସ୍ପରକୁ କଡ଼ା ଟକ୍କର ଦେବାରେ ଲାଗିଛନ୍ତି । ଏହି ଯୁଦ୍ଧରେ ୟୁକ୍ରେନ ଅଧିକ କ୍ଷତି ସହୁଥିବାର ଦେଖିବାକୁ ମିଳିଛି । ସେ ସାଧାରଣ ନାଗରିକଙ୍କ ଜୀବନ ହେଉ କିମ୍ବା ଦେଶର ପ୍ରସିଦ୍ଧସ୍ଥଳୀ ହେଉ । ଏହା ମଧ୍ୟରେ ଏକ ଅଭିନବ ଉପାୟରେ ଯୁଦ୍ଧରେ ନିହତ ହୋଇଥିବା ଶିଶୁଙ୍କୁ ଶ୍ରଦ୍ଧଞ୍ଜଳୀ ଜଣାଇ ୟୁକ୍ରେନବାସୀ । ତେବେ ଶୋକବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଲିଭିଭ୍ ନଗରୀର ମଧ୍ୟ ଭାଗରେ ଥିବା ‘ସେଣ୍ଟ୍ରାଲ୍ ସ୍କ୍ବାୟାର୍‌’ରେ ବହୁସଂଖ୍ୟକ ଖାଲି ‘ଷ୍ଟ୍ରୋଲର୍‌’ ବା ‘ପ୍ରାମ୍‌’ ଧାଡ଼ି କରି ରଖାଯାଇଥିଲା।ଯୁଦ୍ଧ ଆରମ୍ଭରୁ ମରିଥିବା ଶିଶୁପିଛା ଗୋଟାଏ କରି ସୁନ୍ଦର ଧାଡ଼ିରେ ଲିଭିଭ୍ ‘ସିଟି ହଲ୍‌’ ୧୦୯ଟି ଷ୍ଟ୍ରୋଲର୍ ରଖିଥିଲା ବୋଲି ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

ଏହାଛଡ଼ା, ଗୋଟାଏ ଉଜ୍ଜ୍ବଳ ନୀଳ ରଙ୍ଗର ବେବି କ୍ୟାରିୟର୍‌ରେ ରଖାଯାଇଥିଲା ଦୁଇଟି ଟେଡି ବେୟର୍‌। ସେଠାରେ ଥିବା ଗୋଟାଏ ବେଞ୍ଚ୍‌ରେ ଛୋଟିଆ ୟୁକ୍ରେନୀୟ ପତାକାଟିଏ ଧରି ବସିଥିଲା ଟିକି ଝିଅଟିଏ। ଏହି ସମୟରେ ସେ ବାଟ ଦେଇ ଯାଉଥିବା ୟୁକ୍ରେନ୍ ବଂଶୋଦ୍ଭବ କାନଡୀୟ ନାଗରିକ ଝୁରାଭ୍‌କା ନାତାଲିଆ ଟୋନ୍‌କୋଭିୟିତ୍ କହି ପକାଇଲେ, ଙ୍କ କଥା କଅଁଳାପିଲା ଥିବା ବେଳେ ଆପଣମାନଙ୍କ ପିଲାମାନେ କେମିତି ‘ଷ୍ଟ୍ରୋଲର୍‌’ରେ ବସୁଥିଲେ ତାହା ସ୍ମରଣ କରନ୍ତୁ। କିଛି ପିଲାଙ୍କୁ ଆଉ ଏସବୁ ‘ଷ୍ଟ୍ରୋଲ୍‌ର୍‌’ରେ ବସାଇ ହେବନି, କାରଣ ସେମାନେ ମୃତ। ସେମାନଙ୍କୁ ଆପଣା ପିଲାଙ୍କ ସହ ତୁଳନା କରନ୍ତୁ। ଆପଣା ପିଲାଙ୍କ ପ୍ରତି ଥିବା ଆପଣଙ୍କା ଭାବନାକୁ ସ୍ମରଣ କରନ୍ତୁ। ମୁଁ ଖାଲି ‘ଷ୍ଟ୍ରୋଲ୍‌ର୍‌’ ଦେଖିବାକୁ ଚାହୁଁନାହିଁ।

Related Posts