ବିମାନବନ୍ଦରରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବ ଶୀଘ୍ର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ ସ୍ଥାପନ ହେବାକୁ ଯାଉଛି । ସିଆଇଏସଏଫର ସିଏଏସଓ ସୁଧୀର କୁମାରଙ୍କ ନେତୃତ୍ୱରେ ଆୟେଜିତ ବୈଠକକୁ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଅଧ୍ୟକ୍ଷତା କରିଥିଲେ । ଏଥିଷର ସମସ୍ତ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜର, ଏଏଆଇ ଟର୍ମିନାଲ ଟିମ, ସିଆଇଏସଏଫର ମୁଖ୍ୟମାନେ ଯୋଗ ଦେଇଥିଲେ । ସେପଟେ ଓପନ ଲର୍ନିଂ ସିଷ୍ଟମର ନିର୍ଦ୍ଦେଶିକା କସ୍ତୁରୀ ମହାପାତ୍ର, ସ୍ୱାଭିମାନର ସିଇଓ ଶ୍ରୁତି ମହାପାତ୍ର, ଆଇନାର ସ୍ନେହା ମିଶ୍ର, ଭିନ୍ନକ୍ଷମ ଅଧିକାର କର୍ମୀ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବୈଠକରେ ଯୋଗ ଦେଇ ଦିବ୍ୟାଙ୍ଗମାନେ ଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଏହା ସହ ଦିବ୍ୟାଙ୍ଗଙ୍କ ପ୍ରତି କର୍ମଚାରୀଙ୍କ ଦୃଷ୍ଟିଭଙ୍ଗୀକୁ ପରିବର୍ତ୍ତନ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିମାନବନ୍ଦର ପ୍ରାଧିକରଣ ଅଫ ଇଣ୍ଡିଆ ଦ୍ୱାରା ଆସିଥିବା ହେଲ୍ପ ଡେସ୍କ କାଉଣ୍ଟରଗୁଡ଼ିକୁ ଉଦଘାଟନ କରାଯିବା ସହ ଦିବ୍ୟାଙ୍ଗଙ୍କ ବାଧାହୀନ ଯାତ୍ରାକୁ ସୁନିଶ୍ଚିତ କରିବାକୁ ସମସ୍ତ ପଦକ୍ଷେପ ନେବାକୁ ବିମାନ ବନ୍ଦର କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Related Posts