କୋଟିପତି ଯୋଗାଣ ବିଭାଗ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଟିପତି ଯୋଗାଣ ବିଭାଗ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ରତ୍ନାକରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ତା’ ମଧ୍ୟରେ ରହିଛି ଏକାଧିକ ଘର। ସେପଟେ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଦିନ ଶ୍ରୀ ସେଠୀଙ୍କ କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ଟକ ମଧୁପାଟଣା ବାଲିସାହିରେ ତାଙ୍କର ଏକ ଦୁଇ ମହଲା କୋଠା ଓ ଏକ ତିନି ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ରହିଛି।

ଏହା ସହିତ କଟକ ଚାଉଳିଆଗଞ୍ଜରେ ତାଙ୍କର ୪ ମହଲା ବିଶିଷ୍ଟ ଏକ ଘର ରହିଛି। ଚୌଦ୍ୱାର ଓରଣ୍ଡାରେ ତାଙ୍କର ୩ ଏକରର ଜମି ମଧ୍ୟ ଥିବା ଚଢ଼ାଉ ବେଳେ ସାମ୍ନାକୁ ଆସିଛି। ସେହିପରି ରତ୍ନାକରଙ୍କ ଠାରୁ ୧ କୋଟି ୧୭ ଲକ୍ଷ ଟଙ୍କାର ବୀମା, ପ୍ରାୟ ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଅଧ କିଲୋଗ୍ରାମ ସୁନା ଅଳଙ୍କାର ଓ ଅଢ଼େଇ କିଲୋଗ୍ରାମ ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍ପି ଓ ୧୨ ଜଣ ଇନ୍ସପେକ୍ଟରଙ୍କ ସହିତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଚଢ଼ାଉ ପରେ ଶ୍ରୀ ସେଠୀଙ୍କୁ ନୂଆପଡ଼ା ଭିଜିଲାନ୍ସ ଅଫିସକୁ ନେଇ ସେଠାରେ ଜେରା କରାଯାଇଥିଲା। ଏହାପରେ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଭବାନୀପାଟଣାଠାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।

Related Posts