ରାଜଧାନୀରେ ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ନିର୍ମାଣ ହେବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍‌, ଜମି ଚିହ୍ନଟ କଲେ ମେୟର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ବିଏମ୍‌ସି ପକ୍ଷରୁ ମହିଳାଙ୍କ ପାଇଁ ନିର୍ମାଣ ହେବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍‌ । ଏହି ଭେଣ୍ଡିଂ ଜୋନ୍‌ର ଅନ୍ୟୁନ ୫୦ଟି ଦୋକାନର ବ୍ୟବସ୍ଥା କରାଯିବ । ମହିଳା ବ୍ୟବସାୟୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବେ । ସିଆରପି ଛକରେ ଏଥିପାଇଁ ଜମି ଚିହ୍ନଟ କରାଯାଇଛି । ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଏହାକୁ ବୁଲି ଦେଖିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପାଳିତ ହେବାକୁ ଥିବା ମହିଳା ଦିବସରେ ଏହାକୁ ଉଦ୍‌ଘାଟନ କରିବାକୁ ଯୋଜନା ରହିଛି।

ଏଠାରେ ମହିଳା ଦ୍ୱାରା ପ୍ରସ୍ତୁତ ପିଠା, ମିଠା, ଘର କରଣା ସାମଗ୍ରୀ ବିକ୍ରିବଟା କରାଯିବ । ଭେଣ୍ଡି ଜୋନ୍‌ ନିକଟରେ ସ୍ୱତନ୍ତ୍ର ପାର୍କିଂ, ପାନୀୟ ଜଳ, ଶୌଚାଳୟ, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ବ୍ୟବସ୍ଥା ରହିବ । ଏହା ସହ ଡିଜାଇନ ସେଡ୍‌ କରାଯିବ । ଏଥିପାଇଁ ସିଆରପିସ୍ଥିତ ରେଣ୍ଟାଲ ରୋଡ ନିକଟରେ ଥିବା ସରକାରୀ ଜମି ଚିହ୍ନଟ କରାଯାଇଛି । ଅତିରିକ୍ତ ଆୟୁକ୍ତ ସୁର୍ଯ୍ୟବଂଶୀ ମୟୁର ବିକାଶ, ବିନୟ ଦାସ, ଜୋନାଲ ଡେପୁଟି କମିଶନରଙ୍କ ସହ ବିଏମସିର ବରିଷ୍ଠ ଅଧିକାରୀ ଜମି ପରିଦର୍ଶନରେ ଆସିଥିଲେ । ଭେଣ୍ଡିଂ ଜୋନ୍‌ ପାଇଁ ଏହି ଜାଗା କେତେ ଦୂର ସୁବିଧା ହେବ ତାହା ଯାଞ୍ଚ କରିବା ପାଇଁ ସମ୍ପୃକ୍ତ ଜେଡ୍‌ଡିସି ଓ ଡିସି(ମାର୍କେଟ୍‌)ଙ୍କୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।

Related Posts