ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଭଡ଼ା ବଢ଼ାଇବ ସ୍ପାଇସଜେଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଭଡ଼ା ବଢ଼ାଇବ ସ୍ପାଇସଜେଟ୍ । ତେବେ ମୂଲ୍ୟ ବୃଦ୍ଧି ପାଇଁ ବିମାନ କମ୍ପାନୀ ସ୍ପାଇସଜେଟ୍ ପକ୍ଷରୁ ୧୦ରୁ ୧୫ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି ପାଇଁ ବିଚାର କରୁଛି। ଫ୍ୟୁଏଲ ପ୍ରାଇସ ବୃଦ୍ଧି କରାଯାଇଥିବାରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ଜରୁରୀ ଥିବା କୁହାଯାଇଛି। ସ୍ପାଇସ ଜେଟର ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି ଯେ, ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା ଲଗାତାର ଦୁର୍ବଳ ହେଉଛି। ଏହାର ପ୍ରଭାବ ବିମାନ ଏୟାରଲାନ୍ସ ଉପରେ ପକାଇଛି। ଯେହେତୁ ଡଲାରର ମୂଲ୍ୟ ବୃଦ୍ଧି ହେଉଛି ତେଣୁ ଫ୍ୟୁଏଲ ପ୍ରାଇସ ମଧ୍ୟ ବୃଦ୍ଧି ପାଉଛି।

ତେଣୁ ବିମାନ ଭଡ଼ା ବୃଦ୍ଧି ଜରୁରୀ ହୋଇପଡ଼ିଥିବା ସେ କହିଛନ୍ତି। ସେପଟେ ୨୦୨୧ ଜୁନଠାରୁ ୧୨ ପ୍ରତିଶତ ଆଭିଏସନ୍ କ୍ଷେତ୍ରରେ ଫ୍ୟୁଏଲ ପ୍ରାଇସ ୧୨୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଫଳରେ ପୂର୍ବରୁ ନିର୍ଦ୍ଧାରିତ ଥିବା ଭଡ଼ାରେ ବିମାନ ସେବା ଯୋଗେଇବା କାଠକର ପାଠ ହୋଛି। କେନ୍ଦ୍ର ଓ ରାଜ୍ୟ ସରକାର ଏଟିଏଫ ଟ୍ୟାକ୍ସ ହ୍ରାସ କଲେ ଯାତ୍ରୀମାନେ ଉପକୃତ ପାରନ୍ତେ। ଅର୍ଥାତ ବିମାନ ଭଡ଼ା ବୃଦ୍ଧି ପାଆନ୍ତା ନାହିଁ ବୋଲି ସ୍ପାଇସଜେଟ୍ ବୋଲି କୁହାଯାଉଛି।

Related Posts