ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ନେଇ ସତର୍କ କରାଇଲେ SRC, ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବର୍ଷା ନେଇ ସତର୍କ କରାଇଲେ SRC ସତ୍ୟବ୍ରତ ସାହୁ । ପବନ ନୁହେଁ ବର୍ଷା ପାଇଁ ପ୍ରଭାବ ପଡ଼ିପାରେ ବୋଲି ସେ କହିଛନ୍ତି । ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି ।ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ପ୍ରଭାବିତ ହେବ ।ବର୍ଷା ଯୋଗୁଁ ମାଟି ଅତଡ଼ା ଧସିବା ଓ ଗଛ ଉପୁଡ଼ିବା ଆଶଙ୍କା ରହିଛି । ଏଥିପାଇଁ ସ୍ବତନ୍ତ୍ର ଭାବେ ୫ ଓଡ୍ରାଫ, ୮ଟି ଫାୟାର ଟିମ୍‌ ପଠାଇଛୁ ବୋଲି ସେ କହିଛନ୍ତି । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି । ଚାଷ ଅମଳ ଷ୍ଟେଜ୍‌ରେ ଥିବାରୁ କ୍ଷତି ହୋଇପାରେ ବୋଲି ସେ କହିଛନ୍ତି ।

ଭୀଷଣବାତ୍ୟାରେ ପରିଣତ ହୋଇଛି ବାତ୍ୟା । ‘ମିଗ୍‌ଜୋମ୍‌’ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ( ୭ ରୁ ୧୧ ସେମି) ହେବାର ସମ୍ଭାବନା ରହିଛି । ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ମିଗଜୋମ୍‌ ଏବେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଆସୁଛି । ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ମିଗ୍‌ଜୋମ୍‌’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅଗ୍ରସର ହେଉଛି।

ବାତ୍ୟା ମିଗଜୋମ୍‌ ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ ଲୋକମାନେ ଅଫିସ୍‌ ମଧ୍ୟ ଯାଇପାରିନାହାନ୍ତି । ସୋମବାର ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି ।

Related Posts