ଷ୍ଟେଟ ବ୍ୟାଙ୍କରେ ଜମା ରହିବ ଶ୍ରୀମନ୍ଦିର ପାଣ୍ଠି: ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଷ୍ଟେଟ ବ୍ୟାଙ୍କରେ ଜମା ରହିବ ଶ୍ରୀମନ୍ଦିର ପାଣ୍ଠି । ମୋଟ ୫୪୮ କୋଟି ଟଙ୍କା ୫.୧୮ ପ୍ରତିଶତ ସୁଧହାରରେ ବର୍ଷକ ପାଇଁ ସ୍ଥାୟୀ ଜମା ବା ଫିକ୍ସଡ୍ ଡିପୋଜିଟ ଆକାରରେ ରହିବ । ଏ ସମ୍ପର୍କରେ ଆଜି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ସେପଟେ ଗତ ୨୦୨୦ରେ ଶ୍ରୀମନ୍ଦିର ପାଣ୍ଠି ଏକ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ରଖାଯିବାକୁ ନେଇ ବିବାଦ ଉଠିଥିଲା ।

ମନ୍ଦିର ପରିଚାଳନା କମିଟି ଓ ଫାଉଣ୍ଡେସନ ଫଣ୍ଡ କମିଟି ଅଗୋଚରରେ ଏହି ପାଣ୍ଠିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବଦଳରେ ଘରୋଇ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗ ସେତେବେଳେ ଖୁବ ବିବାଦୀୟ ହୋଇପଡ଼ିଥିଲା । ଏହି ପ୍ରସଙ୍ଗରେ ରାଜନୈତିକ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହି ବିବାଦ ପରେ ସରକାର ୟେସ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ଉଠାଇବାକୁ ବାଧ୍ୟ ହୋଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts