ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା, ୨୦ରେ ନିର୍ବାଚନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଏବେ ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି।ଶ୍ରୀଲଙ୍କା ଗଣମାଧ୍ୟମ ଅନୁଯାୟୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ଶେଷ ତାରିଖ ଥିବାବେଳେ। ଜୁଲାଇ ୨୦ରେ ଏହି ପଦବୀ ପାଇଁ ମତଦାନ ହେବ। ଜୁଲାଇ ୧୩ରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେବା ପାଇଁ ଘୋଷଣା କରିବା ପରେ ଆଜି ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନେ।

ଅନ୍ୟପକ୍ଷରେ ଶ୍ରୀଲଙ୍କାର ବିରୋଧୀ ଦଳର ସାଂସଦ ସାଜିତ ପ୍ରେମାଦସା ଟ୍ୱିଟ୍ କରି କହିଛନ୍ତି ଆମେ ଏକ ନୂତନ ରାଷ୍ଟ୍ରପତି ଏବଂ ନୂତନ ପ୍ରଧାନମନ୍ତ୍ରୀଙ୍କ ସହ ଏକ ନୂତନ ସରକାର ଗଠନ କରିବୁ। ସେ କହିଛନ୍ତି ଯେ ଯଦି କେହି ଏହି ପ୍ରକ୍ରିୟାକୁ ବିରୋଧ କରିବେ ତେବେ ପରବର୍ତ୍ତୀ ବିଶୃଙ୍ଖଳା ପାଇଁ ସେ ଦାୟୀ ରହିବେ।ସୂଚନା ଅନୁସାରେ ଶ୍ରୀଲଙ୍କା ରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି ଓ ବିରୋଧ ର ସମ୍ମୁଖୀନ ହୋଇ ରାଷ୍ଟ୍ରପତି ପଳାୟନ କରିଛନ୍ତି।

Related Posts