ଆମ ବିଧାୟକଙ୍କୁ ବିଜେପି ୪୦ କୋଟି ଟଙ୍କା ଅଫର ଦେଇଛି: ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଆର ରାଜନୀତି ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟ ଗିରିଶ ଚୋଦନକର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଦଳର ବିଧାୟକମାନଙ୍କୁ ବିଜେପିରେ ମିଶିବା ପାଇଁ ୪୦ କୋଟି ଟଙ୍କା ଅଫର ଦିଆଯାଇଛି। ଗୋଆ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଜୋର ଧରିବା ପରେ ଗି଼ରିଶଙ୍କ ଏହି ବୟାନ ଆସିଛି।

ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ନେତୃତ୍ୱରେ ୬ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବା ପରେ ଗିରିଶ ବିଜେପି ଉରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି। ଗିରିଶ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ବିଧାୟକମାନଙ୍କୁ ବଡ଼ ବଡ଼ ଶିଳ୍ପପତି ଓ କୋଇଲା ମାଫିଆଙ୍କ କଲ ଆସୁଛି। ବିଜେପି କଂଗ୍ରେସ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଗିରିଶ ଅଭିଯୋଗ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts