ଡ଼ଷ୍ଟବିନରେ ମୋଦି ଏବଂ ଯୋଗୀଙ୍କ ଫଟୋ ନେଇଥିବାରୁ ଚାକିରିରୁ ନିଲମ୍ବିତ ହେଲେ ୪୦ ବର୍ଷୀୟ ସଫେଇ କର୍ମଚାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ମଥୁରାରେ ଏକ ଚୁକ୍ତିରେ ନିଯୁକ୍ତ ୪୦ ବର୍ଷ ବୟସ୍କା ସଫାଇ କର୍ମଚାରୀଙ୍କୁ ଡଷ୍ଟବିନରେ ପିଏମ ମୋଦୀ ଏବଂ ସିଏମ ଯୋଗୀଙ୍କ ଫଟୋ ନେଉଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ସହ ସହିତ ସଫେଇ ନିରୀକ୍ଷକ ତଥା ସଫେଇ ସୁପରଭାଇଜରଙ୍କୁ ସମ୍ମାନଜନକ ତଥା ଜନ ପ୍ରତିନିଧୀଙ୍କ ଫଟୋଗ୍ରାଫ ବିଷୟରେ ସୂଚନା ନଦେବା ପାଇଁ ସୋ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ସେମାନଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସେପଟେ ସ୍ୱିପର ବବି କହିଛନ୍ତି ଯେ ତାଙ୍କର କ ଙ୍କକ୍ଷଗ୍ଧ ଣସି ଦୋଷ ନାହିଁ। ସେ ଅଶିକ୍ଷିତ, ଯେଉଁଥିପାଇଁ ସେ ପିଏମ ମୋଦୀ ଏବଂ ସିଏମ ଯୋଗୀଙ୍କ ଚିତ୍ର ଚିହ୍ନି ପାରିନଥିଲେ। ଅନ୍ୟପଟେ ମଥୁରା ମ୍ୟୁନିସିପାଲିଟି କମିଶନର କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। କମିଟି ୪୮ ଘଣ୍ଟା ମଧ୍ୟରେ ଏହି ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଫ୍ୟାକ୍ଟ ଫାଇଣ୍ଡିଂ କମିଟି ରିପୋର୍ଟ ଦାଖଲ କରିବା ପରେ ହିଁ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହା ସହ ଅଧିକାରୀ କହିଛନ୍ତି ଯେ ବବି ଶନିବାର ଦିନ ଏକ ଅଳିଆ ସଂଗ୍ରହ କେନ୍ଦ୍ରରୁ ଅଳିଆ ଉଠାଉଥିଲା ।

ଡଷ୍ଟବିନରେ ମୋଦି ଏବଂ ଯୋଗୀଙ୍କ ଚିତ୍ର ଥିଲା । ରାସ୍ତାରେ ବବିଙ୍କୁ ରାଜସ୍ଥାନର ଦୁଇଜଣ ବ୍ୟକ୍ତି ଅଟକାଇ ଥିଲେ। ଏବଂ ଏହାର ଏକ ଭିଡିଓ କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ଏବଂ ସିଏମଙ୍କ ଚିତ୍ରକୁ ଅଳିଆ ସହିତ ନେଇଥିବାର ନଜର ଆସିଛନ୍ତି। ଜରୁରୀକାଳୀନ ପରିସ୍ଥିତି ପରେ ଚିତ୍ରଟି ଡଷ୍ଟବିନରୁ ବାହାର କରାଯାଇଥିଲା ଏବଂ ପରେ ବବି ଚାଲିଯାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ବବିଙ୍କୁ ବରଖାସ୍ତ କରାଯାଇଥିଲା, ସେତେବେଳେ ଜଣେ ଅଧିକାରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ସହଜରେ ଚିହ୍ନିପାରୁଥିବାରୁ ସ୍ୱିପର ବବିଙ୍କ ଚୁକ୍ତିନାମା ବାତିଲ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts