
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅସମ୍ଭାଳ ହେବାରେ ଲାଗିଛି ଶ୍ରୀଲଙ୍କା ରେ ସ୍ଥିତି | ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ନିଜ ପଦରୁ ଆଜି ସନ୍ଧ୍ୟା ରେ ଇସ୍ତଫା ଦେବାପରେ ମଧ୍ୟ ବିକ୍ଷୋଭକାରୀଙ୍କ ଆକ୍ରୋଶ ଥମିବାର ନାଁ ନେଉନାହିଁ । ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ | ତାଜା ସୂଚନା ଅନୁସାରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି |
ସୂଚନା ମୁତାବକ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ରାଷ୍ଟ୍ରପତି ଭବନ ଛାଡି ପଳାଇବା ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରିନେଇଥିଲେ | ସେଠାରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ | ଆଉ ଏହା ପରେ ବିକ୍ଷୋଭକାରୀମାନେ ରାନିଲ ବିକ୍ରମସିଂଘେଙ୍କ ଘର ଅଭିମୁଖେ ଯାଉଥିବାବେଳେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ହେଲେ ଏହାକୁ ପ୍ରତିହତ କରି ବିକ୍ଷୋପକାରୀ ମାନେ ପ୍ରଧାନମନ୍ତ୍ରୀ ଙ୍କ ବାସଭବନ ରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି।